ନିଜ ହାତରେ ଖାଦ୍ୟ ପରସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲକ୍ଷ୍ନୌ: ଛାତ୍ରୀଛାତ୍ରଙ୍କୁ ନିଜ ହାତରେ ଖାଦ୍ୟ ପରସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛାତ୍ରୀଛାତ୍ରଙ୍କ ପ୍ରତି ମୋଦିଙ୍କ ଅହେତୁକ ସ୍ନେହଭାବ ପୂର୍ବରୁ ଦେଖିବାକୁ ମିଳୁଥିବା ବେଳେ ଏହାର ଆଉ ଏକ ଝଲକ ଉତ୍ତରପ୍ରଦେଶର ବୃନ୍ଦାବନରେ ଦେଖିବାକୁ ମିଳିଛି । ବୃନ୍ଦାବନାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ଏଥିରେ ସେ ଗରିବ ଛାତ୍ରୀଛାତ୍ରଙ୍କୁ ଖାଦ୍ୟ ପରସିବା ସହ ନିଜ ହାତରେ କୁନିକୁନି ପଲାଙ୍କୁ ଏହା ଖୁଆଇଥିଲେ। ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ସରକାରୀ ସ୍କୁଲରେ ସରକାରଙ୍କ ସହାୟତାରେ ମିଡ୍‌ଡେ ମିଲ ବଣ୍ଟନ କରିଥାଏ। ସୋମବାର ଫାଉଣ୍ଡେସନ ପକ୍ଷରୁ ଲୋକଙ୍କ ପାଖକୁ ୩କୋଟିରୁ ଅଧିକ ଥାଳି ପହଞ୍ଚାଇବା ଲକ୍ଷ୍ୟ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୋଦି କୁନିକୁନି ପିଲାଙ୍କୁ ଖାଦ୍ୟ ପରସିବା ପରେ ଜନସଭାକୁ ସମ୍ବୋଧିତ କରିଥିଲେ। ଛାତ୍ରୀଛାତ୍ରଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସରକାର ସବୁବେଳେ ତତ୍ପରତା ଦେଖାଇବା ସହ ଗୁରୁତ୍ୱ ମଧ୍ୟ ଦେଇଥାନ୍ତି। ତେବେ ଶକ୍ତିଶାଳୀ ଭାରତ ଗଠନ ପାଇଁ ପୁଷ୍ଟିକର ଓ ସୁସ୍ଥ ପରିବେଶ ଜରୁରୀ ବୋଲି ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ରାଜ୍ୟପାଳ ରାମ ନାଇକ ଓ ଏମ୍‌ପି ହେମା ମାଳିନୀ ମଧ୍ୟ ସାମିଲ ହୋଇଥିଲେ।

Loading...
>