ଋଷି କୁମାର ଶୁକ୍ଳା ହେଲେ ନୂଆ ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ : ବହୁ କଳ୍ପନା ଜଳ୍ପନା ପରେ ଆଜି ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ୧୯୮୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଋଷି କୁମାର ଶୁକ୍ଳାଙ୍କ ନାମରେ ମୋହର ଲଗାଯାଇଛି । ନୂତନ ସିବିଆଇ ନିର୍ଦ୍ଦେଶକ ଭାବେ ଶ୍ରୀ ଶୁକ୍ଳା ନିଯୁକ୍ତ ହୋଇଛନ୍ତି । ଏହି ଦୌଡରେ ଆଇପିଏସ୍ ଅଧିକାରୀ ଜାବେଦ ଅହମ୍ମଦ, ରଜନୀକାନ୍ତ ମିଶ୍ରା, ଏସ୍ଏସ୍ ଦେସବାଳ ଓ ଶିବାନନ୍ଦ ଝାଙ୍କ ନାମ ସାମିଲ ଥିଲା । ଶୁକ୍ରବାର ପ୍ରଧାନମନ୍ତ୍ରୀ ଆବସରେ ଏକ ଘଣ୍ଟା ବୈଠକ ବସିଥିଲା । କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା । ଆଲୋକ ବର୍ମାଙ୍କୁ ଏହି ପଦରୁ ହଟାଇବା ପରେ ସିବିଆଇ ନିର୍ଦ୍ଦେଶକ ପଦ ଖାଲି ପଡିଥିଲା ।

Loading...
>