ଚିକେନ୍ କେଜି ୧୦ ଟଙ୍କା!, କେଉଁଠି ଜାଣନ୍ତୁ

ରାୟପୁର଼: ଛତିଶଗଡ଼ରେ ବର୍ତ୍ତମାନ ନିର୍ବାଚନୀ ମାହୋଲ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନୋଟ୍ ଠାରୁ ଆରମ୍ଭ କରି ଚିକେନ୍ ପକୋଡା ବାଣ୍ଟିବା ଯାଏଁ କଥା ପହଞ୍ଚିଲାଣି । ଏହି ରୋଚକ ଘଟଣା ହେଉଛି ରାଜ୍ୟର କୋରବା ଜିଲ୍ଲାର । ଏଠାରେ କିଛି ପ୍ରାର୍ଥୀ ଜନତାଙ୍କୁ ନିଜ ଆଡକୁ ଟାଣିବା ପାଇଁ ଚିକେନ୍କୁ ବ୍ୟବହାର କରିବାରେ ଲାଗିଛନ୍ତି । ସେମାନେ ଚିକେନ୍ ଅର୍ଥାତ୍ କୁକୁଡ଼ା ମାଂସକୁ କେଜି ପ୍ରତି ୧୦ ଟଙ୍କାରେ ବିକ୍ରି କରୁଛନ୍ତି । ଏହି ଖବର ନିର୍ବାଚନୀ ଅଧିକାରୀଙ୍କ ନିକଟରେ ପହଞ୍ଚିବା ପରେ ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି ।

Loading...
>