ବିଜେପିର ଆନନ୍ଦପୁର ପ୍ରାର୍ଥୀ ବିଜେଡିରେ ମିିଶିଲେ

ଭୁବନେଶ୍ୱର : ଟିକେଟ୍ ଅସନ୍ତୁଷ୍ଟ ନେଇ ଦଳ ଛାଡିବା କଥା ଆପଣମାନେ ଆଗରୁ ବହୁବାର ଶୁଣିଥିବେ କିନ୍ତୁ ଟିକେଟ ପାଇ ମଧ୍ୟ ଦଳ ଛାଡିବ କଥା କହିଲେ ଆପଣଙ୍କୁ ବିଶ୍ୱାସ ଲାଗିବନି । କିନ୍ତୁ ଏହା ସତ ଯେ, ବିଜେପିର ଆନନ୍ଦପୁର ପ୍ରାର୍ଥୀ ଭାଗିରଥ ସେଠୀ ଆଜି ଆନୁଷ୍ଠାନିକ ଭାବେ ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ  ଭାଗିରଥୀ ସେଠୀ ମେଣ୍ଟ ସରକାର ଥିବା ବେଳେ୨୦୦୯ରୁ ୨୦୧୪ ଯାଏ ବିଜେଡ଼ି ବିଧାୟକ ଥିଲେ । କିନ୍ତୁ ୨୦୧୪ରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନଥିଲା । ଏହାପରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।

Loading...
>