Home News ‘ବିକ୍ରମ’ ପାଇଁ ପୂଜା

‘ବିକ୍ରମ’ ପାଇଁ ପୂଜା

ଥାଞ୍ଜାଭୌର: ଚନ୍ଦ୍ରପୃଷ୍ଠରେ ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟା୍ଡର ଅବତରଣ କରିଥିବା ଦେଇ ସୂଚନା ମିଳିସାରିଥିଲେ ହେଁ ଏଯାଏ ଏହା ସହ ଯୋଗାଯୋଗ ହୋଇପାରିନାହିଁ। ସମସ୍ତେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିରହିଥିବାବେଳେ ଏଥିରେ ଇସ୍ରୋର ସଫଳତା କାମନା କରି ଜହ୍ନ ଦେବତା ବା ଚନ୍ଦ୍ରଙ୍କର ଏକ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ। ଚନ୍ଦ୍ରଙ୍କୁ ସେମାନେ ପ୍ରାର୍ଥନା କରିଛନ୍ତି, ସେ ହିଁ ଇସ୍ରୋ ଏବଂ ବିକ୍ରମ ମଧ୍ୟରେ ସମ୍ପର୍କ ସ୍ଥାପନା କରାଇ ପାରିବେ।ବିଭିନ୍ନ ପ୍ରାର୍ଥନା ମଧ୍ୟରେ ଅଭିଷେକ ମଧ୍ୟ କରାଯାଇଥିଲା। ଲୋକେ ମହୁ ଏବଂ ଚନ୍ଦନ ଆଦି ଲାଗି କରି ପୂଜାର୍ଚ୍ଚନା କରିଥିଲେ। ଶେଷରେ ଅନ୍ନ ପ୍ରସାଦ ମଧ୍ୟ ବଣ୍ଟନ କରାଯାଇଥିଲା। ଏଠାରେ ଥିବା କୈଲାଶନାଥ ମନ୍ଦିରରେ ଚନ୍ଦ୍ର ପାର୍ଶ୍ୱ ଦେବତା ଭାବେ ପୂଜା ପାଉଛନ୍ତି। ଏଠାରେଥିବା ନବ ଗ୍ରହ ମନ୍ଦିର ମଧ୍ୟ ଚନ୍ଦ୍ରଙ୍କ ପାଇଁ ଗୋଟିଏ ଉତ୍ସର୍ଗୀକୃତ। ଏହି ମନ୍ଦିରର ନାମ ‘ଚନ୍ଦ୍ରନାର’ ରଖାଯାଇଛି। ମନ୍ଦିର ପରିଚାଳକ ଭି କାନ୍ନନ୍‌ କହିଛନ୍ତି, ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଆମେ ନିଷ୍ପତ୍ତି ନେଇଥିଲୁ ଚନ୍ଦ୍ରଙ୍କ ହସ୍ତକ୍ଷେପ ଲୋଡ଼ି ତାଙ୍କ ନିକଟରେ ସ୍ୱତନ୍ତ୍ର ପ୍ରାର୍ଥନା କରିବୁ। ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଏଥିରେ ଭାଗ ନେଇଥିଲେ। ସୂଚନାଯୋଗ୍ୟ ଯେ, ଏହି ପୂଜା ସୋମବାର ଦିନ ହୋଇଥିଲା। ତାମିଲରେ ‘ଥିଙ୍ଗାଲ’ ଶବ୍ଦର ଅର୍ଥ ଉଭୟ ଚନ୍ଦ୍ର ଏବଂ ସୋମବାରକୁ ବୁଝାଇଥାଏ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>