ବିହାର ଇଞ୍ଜିନିୟର ନିଯୁକ୍ତି ପରୀକ୍ଷାରେ ସନ୍ନି ଲିଓନ ହେଲେ ଟପ୍ପର !

ପାଟନା : ବିହାର ଜୁନିଅର ଇଞ୍ଜିନିୟର ନିଯୁକ୍ତି ପରୀକ୍ଷାରେ ସନ୍ନି ଲିଓନ ହେଲେ ଟପ୍ପର । ଏହା ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହି ସନ୍ନି ଲିଓନ ବଲିୁଡ ଅଭିନେତ୍ରୀ ନୁହନ୍ତି, ଇଏ ହେଉଛନ୍ତି ବିହାରର ବାସିନ୍ଦା । ୧୯୯୧ ମେ ୧୩ରେ ତାଙ୍କର ଜନ୍ମ । ତାଙ୍କ ଆବେଦନର ଆଇଇଡି ନମ୍ବର ଜେଇସି/୦୦୩୧୨୧୧ । ତାଙ୍କ ପିତାଙ୍କ ନାମ ଲିଓନା ଲିଓନ୍ ।

ବିହାର ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ଡିଭିଜନ(ପିଏଚଇଡି) ପରୀକ୍ଷାରେ ସନ୍ନି ଲିଓନ ୯୮.୫ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି । ଅର୍ଥାତ୍ ତାଙ୍କୁ ଏବେ ଜୁନିଅର ଭାବେ ଚାକିରି ମିଳିବା ଥୟ । ତେବେ ଏହି ନାମ ଠିକ୍ ନକି ନୁହେଁ ଏବଂ ଏଭଳି ନାମରେ କୌଣସି ମହିଳା ଅଛନ୍ତି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Loading...
>