୨୬ ଓ ୨୭ରେ ବ୍ୟାଙ୍କ ରହିବ ଖୋଲା

ଭୁବନେଶ୍ୱର: ଆସନ୍ତା ୨୬ ଓ ୨୭ରେ ସମଗ୍ର ଦେଶରେ ବ୍ୟାଙ୍କ ଗୁଡିକ ଖୋଲା ରହିବ ବୋଲି ବ୍ୟାଙ୍କଗୁଡିକର ୪ଟି ପ୍ରମୁଖ ସଂଘ ଏଆଇଡିଓଏ, ଏଆଇବିଓସି, ଏନ୍ଓବିଓ ଏବଂ ଆଇଏନ୍ବିଓସି ପକ୍ଷରୁ ଘୋଷଣା କରାଯାଇଛି । ୧୦ଟି ବ୍ୟାଙ୍କର ମିଶ୍ରଣକୁ ନେଇ ଉପୁଜିଥିବା ବିବାଦକୁ ଭିତ୍ତି କରି ବ୍ୟାଙ୍କ ୟୁନିୟନଗୁଡିକ ବୈଠକ ମାଧ୍ୟମରେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ଆଶ୍ୱସନା ପାଇବା ପରେ ଏଭଳି ଧର୍ମଘଟରୁ ନିବୃତ ରହିଛନ୍ତି । ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ସଂଘର କର୍ମଚାରୀମାନେ ଆସନ୍ତା ୨୬ ଓ ୨୭ରେ ବ୍ୟାଙ୍କ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଅନୁଯାୟୀ କ୍ରମାଗତ ଭାବରେ ଚାରିଦିନ ସମସ୍ତ ସରକାରୀ ବ୍ୟାଙ୍କ ବନ୍ଦ ରହିଥାନ୍ତା । ଏହାଦ୍ୱାରା ସାଧାରଣ ଲୋକେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏବଂ ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେବାରୁ ବ୍ୟାଙ୍କ ସଂଘ ଧର୍ମଘଟରୁ ଓହରି ଯାଇଛନ୍ତି ।

Loading...
>