ବାମୁର ମହାତ୍ମାଗାନ୍ଧୀ ସ୍ମୃତିପରିଷଦ ତରଫରୁ ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ସମାରୋହ ପାଳିତ

ରାଜକିଶୋରନଗର : କିଶୋରନଗର ବ୍ଲକ ଅନ୍ତର୍ଗତ ବାମୁର ମହାତ୍ମାଗାନ୍ଧୀ ସ୍ମୃତି ତରଫରୁ ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ସମାରୋହ ସ୍ଥାନୀୟ ପୁର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ମୃତିପରିଷଦ ତରଫରୁ ପ୍ରତ୍ୟେୁଷରେ ପ୍ରଭାତଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ଣରେ ଡାକବଙ୍ଗଳା ପରିସରରୁ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ସ୍ମୃତିପରିଷଦକୁ ଯାଇ ସେଠାରେଥିବା ମହାତ୍ମାଗାନ୍ଧୀଙ୍କ ବ୍ରୋଞ୍ଜ ଅବୟବ ଏବଂ ତୈ÷ଳଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ମହାତ୍ମାଗାନ୍ଧୀ ସ୍ମୃତିପରିଷଦର ସମ୍ପାଦକ ଗୋକୁଳାନନ୍ଦ ପ୍ରଧାନ, ସହସମ୍ପାଦକ ଲବ କୁମାର ପ୍ରଧାନ, ଆଠମଲ୍ଲିକ ବିଧାୟକ ସଞ୍ଜିବ କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ, କିଶୋରନଗର ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ, ଅଧ୍ୟାପକ ଜୟକୃଷ୍ଣ ପ୍ରଧାନଙ୍କ ସମେତ ସ୍ମୃତିପରିଷଦର ସଭ୍ୟ,ସଭ୍ୟା ଏବଂ ଛାତ୍ର ଛାତ୍ରୀ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଡାକବଙ୍ଗଳା ପରିସରରେ ସ୍ଥାପନ ହୋଇଥିବା ନବ ନିର୍ମିର୍ତ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା । ବିଶିଷ୍ଠ ଗାନ୍ଧିବାଦୀ ସମାଜସେବୀ କ୍ରୀଷ୍ଣା ମହାନ୍ତି ଉଦ୍ଘାଟିକା ଭାବରେ ଯୋଗଦେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରି ମାଲ୍ୟାର୍ପଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଜୟନ୍ତୀ ସମାରୋହରେ ଆଠମଲ୍ଲିକ ବିଧାୟକ ସଞ୍ଜିବ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଉଦ୍ଘାଟିକା କ୍ରିଷ୍ଣା ମହାନ୍ତି, ବିଶିଷ୍ଠ ଗାନ୍ଧିବାଦୀ ନେତା ପାଟକୁରାର ପୂର୍ବତନ ସ୍ୱାଧିନ ବିଧାୟକ ଗାନ୍ଧିବାଦୀ ନେତା ତଥା ମିଳିତ ଓଡିଶା ନିଶାନିବାରଣ ଅଭିଯାନର ନେତୃତ୍ୱ ନେଉଥିବା ପଦ୍ମଚରଣ ନାୟକ ମୁଖ୍ୟ ଅତିଥି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାମ୍ୟବାଦୀନେତା ବ୍ରଜକିଶୋର ତ୍ରିପାଠୀ ମୁଖ୍ୟ ବକ୍ତା, ଆଠମଲ୍ଲିକ ଉପଜିଲାପାଳ ସୁବାଷଚନ୍ଦ୍ର ରାୟ, କିଶୋରନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୃତା ପ୍ରିୟମ୍ବଦା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଉଦ୍ଘାଟିକା ଶ୍ରୀମତୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ବାମୁର ମାଟିକୁ ଆସି ଅଭିଭୂତହୁଏ, ଆନନ୍ଦିତ ହୁଏ ଏବଂ ଉଦ୍ବୁଦ୍ଧ ହୁଏ ।

ସାରା ଓଡିଶା ପାଇଁ ବାମୁର ମହାତ୍ମାଗାନ୍ଧୀ ସ୍ମୃତିପରିଷଦ ଅନୁକରଣଣୀୟ ଏବଂ ପ୍ରଶଂସନୀୟ ଏଥିରେ ସନ୍ଦେହ ନାହିଁ ବୋଲି କହିବା ସହିତ ବାମୁର ବାସୀଙ୍କ ଠାରୁ ଶିଖିବାର ଅଛି ବୋଲି ମତବ୍ୟକ୍ତ କରିଥିଲେ । ନିଶା ଓ ଆଳସ୍ୟ ପରାୟଣତା ଓଡିଶା ଦାରିଦ୍ର‌୍ୟତାର ମୁଖ୍ୟକାରଣ ବୋଲି ପ୍ରକାଶ କରିଥିବା ବେଳେ ଭଗବାନ ବୁଦ୍ଧ, ଯିଶୁଖ୍ରୀଷ୍ଟ ଓ ମହମ୍ମଦଙ୍କ ଭଳି ସହତ୍ସାଦ୍ଦୀର ଶ୍ରେଷ୍ଠ ମାନବ ମହାତ୍ମାଗାନ୍ଧୀ ଲୋକମାନଙ୍କ ହୃଦୟରେ ରହିଥିବେ ବୋଲି କହିଥିଲେ । ମୁଖ୍ୟ ଅତିଥି ତାଙ୍କର ବକ୍ତବ୍ୟରେ ସମଗ୍ରଦେଶକୁ ନିଶାମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସରକାର ନିଶାମୁକ୍ତ ସମାଜ ଗଠନ ପାଇଁ ଅଗ୍ରାଧିକାର ଦେବା ଉଚିତ୍ ବୋଲି ମତବ୍ୟକ୍ତ କରିବା ସହିତ ଜନପ୍ରତିନିଧି ମାନେ ଏଥିପାଇଁ ଦୃଢ ଦାବି କରନ୍ତୁ ବୋଲି ନିବେଦନ କରିଥିଲେ । ବୟସର ସାୟାହ୍ଣରେ ଯୁବ ସୁଲଭ ସଫଳତା ସ୍ପଷ୍ଟ ବାରିହୋଇପଡୁଥିବାବେଳେ ନିଶା ହଟାଓ ଦେଶ ବଞ୍ଚାଅ ବୋଲି ଉପସ୍ଥିତ ଜନମାନସକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ତାଙ୍କର ସାରଗର୍ଭକ ବକ୍ତବ୍ୟରେ ମହାତ୍ମାଗାନ୍ଧିଙ୍କର ଜୀବନୀ ତଥା ଆଦର୍ଶର ଅବତାରଣାକରି ଅସ୍ଫୁଶ୍ୟତା, ନିଶାନିବାରଣ, ଶାନ୍ତି ଓ ଅହିଂସା ନିତୀ ତଥା ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଗାନ୍ଧିଜୀଙ୍କ ନିତୀ ଓ ଆଦର୍ଶରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓହରିଯାଇ ଆତ୍ମନିର୍ଭରଶୀଳ ହେବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଭାବରେ ଅନ୍ୟ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଗାନ୍ଧିଜୀଙ୍କ ରାସ୍ତାରେ ନଚାଲି ଦେଶକୁ ଋୁଣ ଭାରରେ ବୁଡାଇ ସାରିଲେଣି ବୋଲି ପ୍ରକାଶ କରିଥିଲେ । ରାଜସ୍ୱ ପାଇଁ ରାଜ୍ୟସରକାର ମଦର ପ୍ରସାର କରିଚାଲିଥିବା ବେଳେ ସମାଜ କଳୁଷିତ ହେବା ସହିତ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା କହିଥିଲେ । ସେହିଭଳି କେନ୍ଦ୍ର ସରକାର ଟିକସ ବସାଇ ପେଟ୍ରୋଲ ଡିଜେଲ ଦର ଅଣାୟତ୍ତ ଅବସ୍ଥାକୁ ଚାଲିଯାଇଥିବା ବେଳେ ନିୟନ୍ତ୍ରଣ ହରାଇଥିବା ଅଭିଯୋଗ କରିଥିଲେ । ମହାତ୍ମାଙ୍କ ନିତୀ ଆଦର୍ଶକୁ ଆମେରିକା, ଚୀନ, ରୁଷ ପ୍ରଭୃତି ମିତ୍ରଶକ୍ତି ବିଶ୍ୱଶାନ୍ତ ିିପାଇଁ ଗ୍ରହଣ କରିଥିବାବେଳେ ତାଙ୍କର ଅହିଂସା ନିତୀ ସମଗ୍ର ବିଶ୍ୱରେ ଶାନ୍ତି ସ୍ଥାପନ କରି ପାରିବ ବୋଲି ଆଶାବ୍ୟକ୍ତ କରିଥିଲେ । ମହାତ୍ମାଗାନ୍ଧିଙ୍କ କ୍ଷମତାମୋହ ସ୍ପର୍ଶ କରିପାରିନଥିବାବେଳେ ସେ କ୍ଷମତା ଠାରୁ ଦୂରରେ ରହୁଥିଲେ ଏମିତି ଉଦାହରଣ ବିଶ୍ୱ ଇତିହାସରେ ବରଳ, ଯେଉଁଥି ପାଇଁ ତାଙ୍କୁ ମହା ମାନବ କୁହାଯାଏ । ତାଙ୍କ ନିତୀ ଆଦର୍ଶରେ ଅନୁପ୍ରାଣୀତ ହୋଇ ସୁସ୍ଥ ସମାଜ ଗଠନ କରିବା ପାଇଁ ଆହ୍ୱନ ଦେଇଥିଲେ । ସଭା କାର୍ଯ୍ୟ ପ୍ରାରମ୍ଭରେ ଶିକ୍ଷକ ଲକ୍ଷ୍ମଣ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ କିଶୋର ନଗର ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ ସଭାକୁ ସଂଯୋଜନା କରିଥିଲେ । ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗୀତାର କୃତୀ ପ୍ରତି ଯୋଗୀମାନଙ୍କୁ ସ୍ମୃତି ପରିଷଦ ତରଫରୁ ପୁରସ୍କୃତ କରାଯାଇଥିଲା । ଏଥିସହିତ ନିଶାନିବାରଣ ପାଇଁ ଉଦ୍ୟମ କରୁଥିବା ବାମୁର ମହାତ୍ମାଗାନ୍ଧୀ ସ୍ମୃତିପରିଷଦର ସହ ସମ୍ପାଦକ ଲବ କୁମାର ପ୍ରଧାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ସଭା କାର୍ଯ୍ୟ ଶେଷରେ ଅଧ୍ୟାପକ ଜୟକୃଷ୍ଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଜାତୀର ପିତା ମହାତ୍ମାଗାନ୍ଧିଙ୍କ ପାଦ ପଡିଥିବାରୁ ବାମୁର ମାଟି ମହାନ୍ ହୋଇଯାଇଛି ବୋଲି ମତବ୍ୟକ୍ତ କରିଥିଲେ ।

Loading...
>