ବାମୁର ଷ୍ଟେସନରେ ଭୁବନେଶ୍ୱର -ବଲାଙ୍ଗିର ଇଣ୍ଟରସିଟି ରହଣୀ ଦାବିରେ ରେଳ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ରାଜକିଶୋରନଗର : ପୂର୍ବତଟ ରେଳପଥ ସମ୍ବଲପୁର ମଣ୍ଡଳ ଅଧିନ ବାମୁର ଷ୍ଟେସନରେ ଭୁବନେଶ୍ୱର-ବଲାଙ୍ଗିର (୧୨୮୯୩ ଓ୧୨୮୯୪) ଇଣ୍ଟରସିଟି ଟ୍ରେନ ରହଣୀ ଦାବିରେ ରେଳ ଉପଭୋକ୍ତା କମିଟୀ ତରଫରୁ ଗାନ୍ଧି ଜୟନ୍ତୀ ଅବସରରେ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି । ବାମୁର ରେଳ ଉପଭୋକ୍ତା କମିଟୀର ସମ୍ପାଦକ ସଞ୍ଜିବ କୁମାର ପ୍ରଧାନ, ଦୁର୍ଗାପୂଜା କମିଟୀର ସଭାପତି ବଳରାମ ପ୍ରଧାନ, ବାମୁର ଚଷାଯୁବ ମଞ୍ଚ ସଭାପତି ବାସୁଦେବ ବେହେରା, ନଳିନୀରଞ୍ଜନ ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ, ସରୋଜ କୁମାର ପ୍ରଧାନ, ଏମଡି ନଜିମ୍, ବଳରାମ ସାହୁ, ଦିଲ୍ଲୀପ୍ କୁମାର ପ୍ରଧାନ, ରାଜକିଶୋର ସାହୁ, ଅଚ୍ୟୁତା ସାହୁ, ଦେବାର୍ଚ୍ଚନ ମାଝୀ, ଟିଲୁ ସାହୁ, ପ୍ରଭାତ୍ ସିଂ, ପ୍ରକାଶ ସିଂ, ତ୍ରିନାଥ ଷଣ୍ଢଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ବାମୁର ଷ୍ଟେସନକୁ ଯାଇ ଷ୍ଟେସନ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ମହାପାତ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଶ୍ରୀ ମହାପାତ୍ର ଜନସାଧାରଣଙ୍କ ଦାବିକୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିକଟକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଯୋଗ୍ୟ ଯେ ବାମୁର ଷ୍ଟେସନରେ ଉପରୋକ୍ତା ଟ୍ରେନର ରହଣି ପାଇଁ ବାରମ୍ବାର ଦାବି ହୋଇ ଆସୁଥିବାବେଳେ ରହଣି ବ୍ୟବସ୍ଥା ହୋଇପାରିନଥିବାରୁ ରେଳ ଉପଭୋକ୍ତା କମିଟୀ ତଥା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ଜନସାଧାରଣଙ୍କ ଦାବିକୁ ଜୋରଯାର କରିବାକୁ ଷ୍ଟେସନ ପରିସରରେ ଆୟୋଜିତ ବୈ÷ଠକରେ ନିଷ୍ପତ୍ତି ନିଆଯାଇଛି । ରେଳ ବିଭାଗ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ଦାବିକୁ ଉପେକ୍ଷା କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବାକୁ ନିଷ୍ପତ୍ତି ହୋଇଛି ।

Loading...
>