ଭଡାଘରେ ଚାଲିଛି ୪,୭୨୭ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ମଂଜୁରୀ ପ୍ରାପ୍ତ ୭୨,୫୮୭ ଅଙ୍ଗନବାଡି ଓ ମିନି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୩୮,୧୨୪ କେନ୍ଦ୍ରର ନିଜସ୍ୱ ଗୃହ ଅଛି । ଅନ୍ୟପକ୍ଷରେ ୧୧,୭୭୮ କେନ୍ଦ୍ର ବିଦ୍ୟାଳୟ ଗୃହରେ ,୪,୭୨୭ କେନ୍ଦ୍ର ଭଡାଘରେ , ୧୦,୬୭୭ କେନ୍ଦ୍ର ଗୋଷ୍ଠୀ କେନ୍ଦ୍ରରେ ଏବଂ ୭,୨୮୧ କେନ୍ଦ୍ର ଅନ୍ୟାନ୍ୟ ସ୍ଥାନରେ ଚାଲୁଛି ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ସୂଚନା ଦେଇଛନ୍ତି । ସଭ୍ୟ ଅଂଶୁମାନ ମହାନ୍ତିଙ୍କ ଏସମ୍ପର୍କିତ ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଅଙ୍ଗନାବଡୀ କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ବର୍ତମାନ ୧୩,୩୭୮ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣଧୀନ ଥିବା ବେଳେ ଅନ୍ୟ ୧୨,୧୫୬ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି । ଆଗାମୀ ଆର୍ଥିକ ବର୍ଷରେ ମନରେଗା ସହାୟତାରେ ୪,୪୬୯ ଓ ସହରାଂଚଳରେ ୨୦୦ଟି ନୂତନ ଅଙ୍ଗବାଡୀ ଗୃହ ନିର୍ମାଣ ପାଇଁ ବଜେଟ୍ ରେ ପ୍ରସ୍ତାବ ଅଛି । ଏହା ବ୍ୟତୀତ ଡିଏମଏଫ୍ ଓ ଅନ୍ୟାନ୍ୟ ପାଣ୍ଠିରୁ ମଧ୍ୟ ଅଙ୍ଗନାବାଡି ଗୃହ ନିର୍ମାଣ କରାଯାଉଛି ବୋଲି ମନ୍ତ୍ରୀ ବିଧାନସଭାରେ ପ୍ରକାଶ କରିଛନ୍ତି ।

Loading...
>