ବାୟୁସେନାର “ଏୟାର ଷ୍ଟ୍ରାଇକ୍’ : ପିଏମ ମୋଦିଙ୍କୁ ମିଳିଲା ବିପକ୍ଷ ଦଳର ସାଥ୍, ଜାଣନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ : ପୁଲୱାମା ହମଲାର ଠିକ୍ ୧୨ ଦିନ ପରେ ଭାରତ ପାକିସ୍ତାନକୁ ମୁହତୋଡ ଜବାବ୍ ଦେଇଛି । ଭାରତୀୟ ବାୟୁସେନା ମଙ୍ଗଳ ସକାଳ ୩.୩୦ରେ ଏଲଓସି ପାର୍ କରି ଆତଙ୍କ କ୍ୟାମ୍ପକୁ ଧ୍ୱଂସ କରିଛନ୍ତି । ଆତଙ୍କୀ ଶିବିର ଉପରକୁ ହଜାର କେଜି ବୋମ ପକାଇଛି, ଯେଉଁଥିରେ ପ୍ରାୟ ୩୫୦ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ବାୟୁସେନାର ଏହି ଆକ୍ରମଣ ପରେ ବାୟୁସେନାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାକିସ୍ତାନ ସୀମା ପାର ହୋଇ ଆତଙ୍କ ଶିବିର ଧ୍ୱଂସ କରିଥିବା ବାୟୁସେନା ପାଇଲଟମାନଙ୍କୁ ସଲାମ ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ବାୟୁସେନା ପାଇଲଟଙ୍କୁ ମୋ ସଲାମ କରୁଛି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବାୟୁସେନା ପାଇଲଟଙ୍କ ବାହାଦୂରୀକୁ ସେ ସଲାମ କରିଛନ୍ତି । ସେହିପରି ମମତା ବାନାର୍ଜୀ ମଧ୍ୟ ବାୟୁସେନାକୁ ପ୍ରଶଂସା କରିବା ସହ ଟ୍ୱିଟରେ ଜୟ ହିନ୍ଦ ଲେଖି ପୋଷ୍ଟ କରିଛନ୍ତି । ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବୁଦଲ୍ଲା ମଧ୍ୟ ଟ୍ୱିଟ କରି କହିଛନ୍ତି ଯେ, ଯଦି ଏହା ସତ ତାହା ହେଲେ ବଡ ସଫଳତା । ଏହା ଉପରେ ଆମେ ଭାରତ ସରକାରଙ୍କ ଉପରିସ୍ଥ ଅଧିକାରୀଙ୍କ ବୟାନ ଉପରେ ନଜର ରଖିଛି । ସେ କହିଛନ୍ତି ଯେ, ଦେଖିବାର ଅଛି ଯେ, ପାକିସ୍ତାନ ଏହା ଉପରେ କ’ଣ ଜବାବ୍ ଦେଉଛି ।

Loading...
>