ଯୁକ୍ତ ୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ସମଗ୍ର ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ବର୍ଷ ମୋଟ ୧୦୯୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩.୭୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମାଟ୍ରିକ୍ ପ୍ରଶ୍ନପତ୍ର ବାରମ୍ବାର ଭାଇରାଲ ହେଉଥିବା ଅଭିଯୋଗ ହେଉଥିବାରୁ ଯୁକ୍ତ ୨ ପରୀକ୍ଷାରେ ଯେପରି ଏହାର ପୁନରାବୃତି ନହୁଏ ସେଥିପାଇଁ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପରୀକ୍ଷାକୁ ଶୃଙ୍ଖଳିତ କରିବାପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି ।
ଅଧିକାଂଶ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ୨୦୨ ଟି ନୋଡାଲ କେନ୍ଦ୍ରରୁ ପରୀକ୍ଷା କେନ୍ଦ୍ରକୁ ଗାଡି ଯୋଗେ ପ୍ରଶ୍ନପତ୍ର ପଠାଯିବ ।ସକାଳ ୯ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷାକେନ୍ଦ୍ରରେ ପହଂଚିବ । ପରୀକ୍ଷାକେନ୍ଦସ୍ରର ଅଧୀକ୍ଷକଙ୍କ ବ୍ୟତୀତ କେହିବି ମୋବାଇଲ ଫୋନ୍ ବ୍ୟବହାର କରିପାରିବେନି । ପ୍ରଶ୍ନପତ୍ର ଉପରେ ରୋଲ୍ ନମ୍ବର ଲେଖିବା ବାଧ୍ୟତାମୂଳକ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେଲେ ସମ୍ପୃକ୍ତ ଛାତ୍ରଛାତ୍ରୀ , ଶିକ୍ଷକ , ପରୀକ୍ଷା ପରିଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ଭାଇରାଲ ନେଇ ଗୁଜବ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେହିପରି ପରିକ୍ଷାର୍ଥୀ ପରୀକ୍ଷା ହଲ୍ ମଧ୍ୟକୁ କୌଣସି ବୈଦ୍ୟୁତିକ ସରଂଜାମ ନେଇପାରିବେନି । ଚଳିତ ବର୍ଷ ସ୍ମାର୍ଟ ଘଂଟାମଧ୍ୟ ବ୍ୟାନ୍ କରାଯାଇଛି ।

Loading...
>