ନକଲି ଜର୍ଦ୍ଦା କାରଖାନା ଠାବ, ୪ ଗିରଫ

ଯାଜପୁର ୧୩/୧: ଯାଜପୁର ବଇରି ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗାଁରୁ ଠାବ ହୋଇଛି ନକଲି ଜର୍ଦ୍ଦା କାରଖାନା। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ଜର୍ଦ୍ଦା ତିଆରି ସାମଗ୍ରୀ ମଧ୍ୟ ଜବତ ହୋଇଛି।ନକଲି କାରଖାନା ଚାଲୁଥିବା ଖବର ପାଇଁ ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକ ଓ ଡିଏସ୍‌ପି ଦୀପକ ଗୋଚ୍ଛାୟତଙ୍କ ସହାୟତାରେ ଚଢାଉ କରିଥିଲା ଅବକାରୀ ବିଭାଗ ସ୍ପେଶାଲ ସ୍କ୍ବାଡ। ଆଜି  ଭୋରରୁ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ।

Loading...
>