୬୯ ବର୍ଷରେ ପାଦ ଥାପିଲେ ପିଏମ ମୋଦି, ଶୁଭେଚ୍ଛାର ସୂଅ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନରେ ମୋଦି ଗୁଜରାଟ ନର୍ମଦା ଜିଲାର ସର୍ଦ୍ଦାର ସରୋବର ଡ୍ୟାମ୍‌ ନିକଟରେ ଇକୋ ଟୁରିଜିମ୍‌ ପାର୍କରେ ପହଞ୍ଚିଛନ୍ତି। ମୋଦି ୧୯୫୦ ସେପ୍ଟେମ୍ବର ୧୭ରେ ଭାଡନଗରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ନାମ ନରେନ୍ଦ୍ର ଦାମୋଦର ମୋଦି ଥିଲା। ୧୯୬୮ରେ ସେ ଯଶୋଦାବେନ୍‌ ନରେନ୍ଦ୍ରଭାଇ ମୋଦିଙ୍କୁ ବିବାହ କରିଥିଲେ। ୧୯୭୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ ପରେ ୧୯୮୩ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ।

Loading...
>