ହୋଟେଲ୍‌ ଯେଉଁଠି ଯାଆଁଳାମାନେ ପରଷନ୍ତି ଖାଦ୍ୟ..

ମସ୍କୋରେ ରହିଛି ଏକ ହୋଟେଲ। ଏଠାରେ ଖାଦ୍ୟ ପରଷୁଥିବା ସମସ୍ତ କର୍ମଚାରୀ ମହିଳା ତଥା ଯାଆଁଳା। ହୋଟେଲ ପକ୍ଷରୁ ଯାଆଁଳା ଭଉଣୀମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। କେବଳ ଯାଆଁଳା ଝିଅମାନଙ୍କୁ ଏଠାରେ ଚାକିରି ମିଳିଥାଏ। ହୋଟେଲରେ ଖାଦ୍ୟ ଖାଇବା ପାଇଁ ତିନି ମାସ ଆଗରୁ ବୁକିଂ କରିବାକୁ ପଡ଼ିଥାଏ। ଦେଶ ବିଦେଶରୁ ପର୍ଯ୍ୟଟକ ହୋଟେଲର ଯାଆଁଳା ଯୋଡ଼ିମାନଙ୍କୁ ଦେଖିବାକୁ ଆସିଥାନ୍ତି। ଯାଆଁଳା କର୍ମଚାରୀଙ୍କୁ ନେବା ଆଣିବା କରିବା ପାଇଁ ହୋଟେଲ ପକ୍ଷରୁ ବସ୍‌ର ବ୍ୟବସ୍ଥା ରହିଛି। ତେବେ ଏହି ବସ୍‌ ରାସ୍ତାରେ ଗଲାବେଳେ ଲୋକମାନେ ଯାଆଁଳା ଯୋଡ଼ାଙ୍କୁ ଦେଖିବାକୁ ମଧ୍ୟ ଭିଡ଼ ଜମାଇଥାନ୍ତି।

Loading...
>