ସ୍ୱାମୀକୁ ହତ୍ୟା କରି ଘରେ ପୋତିଲେ ଶବ, କବର ଉପରେ ରୋଷେଇ କରି ମାସେ କାଳ ଖାଇଲେ

ଅନୁପପୁର : ପତିପତ୍ନୀଙ୍କ ସଂପର୍କ ବିଶ୍ୱାସ ଉପରେ ହିଁ ତିଷ୍ଠି ଥାଏ । ଯଦି କେବେ ଏହି ବିଶ୍ୱାସରେ କେଁ ସୃଷ୍ଟି ହୁଏ ସେଠାରୁ ହିଁ ପାରିପାରିକ କଳହ ଲାଗି ରହିଥାଏ । ଏହି କଳହ କେବେ କେବେ ଜୀବନ ମଧ୍ୟ ନେଇପାରେ, ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର କେରୋଣ୍ଡି ଗ୍ରାମରେ । କୁହାଯାଉଛି ଯେ, ଅବୋଧ ସଂପର୍କକୁ ନେଇ ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରି ରୋଷେଇ ଘରେ ପୋତି ତା\’ପରେ ଚୁଲା ତିଆରି କରି ଖାଦ୍ୟ ରୋଷେଇ କରି ଦିନେ କି ଦୁଇ ଦିନ ନୁହେଁ ପାଖାପାଖି ମାସେ କାଳ ଖାଇଛନ୍ତି ।ଏହି ସଂପର୍କର ପୁଲିସ ଅଧିକାରୀ କେଏନ୍ ପ୍ରସାଦ କହିଛନ୍ତି ପ୍ରତୀମା ନାମ୍ନୀ ଏହି ମହିଳା ୨୨ ଅକ୍ଟୋବର ରେ ତାଙ୍କ ପତି ମୋହିତ ବନାବଳ(୩୪)କୁ ହତ୍ୟା କରି ଘର ଭିତରେ ଶବକୁ ପୋତି ଦେଇଥିଲେ । ଯେମିତି କାହାକି କିଛି ସନ୍ଦେହ ନ ହେବ ସେଥିପାଇଁ ସେ ସେହି ସ୍ଥାନରେ ହିଁ ଏକ ମାଟି ଓ ପଥରରେ ଚୁଲ୍ଲା ତିଆରି କରି ଖାଦ୍ୟ ରୋଷେଇ କରୁଥିଲେ । ସେହିପରି ସେ ତାଙ୍କ ପତି ନିଖୋଜ ହୋଇଥିବା ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ମୋହିତଙ୍କ ଭାଇ ପ୍ରତିମାଙ୍କ ଉପରେ ସନ୍ଦେହ ହେବାରୁ ତାକୁ ଏ ବିଷୟରେ ପଚାରିଥିଲେ କିନ୍ତୁ ସେ ତାଙ୍କୁ ମଧ୍ୟ ଧମକ ଦେଇ କହିଥିଲେ ଏହି ମାମଲାରୁ ତୁମକୁ ମୁଁ ଫସେଇ ଦେବି । ପରେ ଅନ୍ୟ ଉପାୟ ନ ପାଇଁ ମୋହିତଙ୍କ ଭାଇ ଗ୍ରାମବାସୀର ଆଶ୍ରୟ ନେଇଥିଲେ । ଗ୍ରାମବାସୀ ମିଶି ପ୍ରତୀମାର ଘର ତଲାସୀ ପାଇଁ ଆସିଥିଲେ । ତାଙ୍କୁ ମଧ୍ୟ ପ୍ରତୀମା ଘଉଡାଇ ଦେଇ ଘର ତାଲା ପକାଇ ଚାଲିଯାଇଥିଲେ । କିନ୍ତୁ ପରେ ଗ୍ରାମବାସୀ ସେ ଘରକୁ ପଶି ଘଟଣା ସଂପର୍କରେ ଜାଣିପାରିଥିଲେ । ତା\’ପରେ ପୁଲିସ ଉପସ୍ଥିତିରେ ପୋତା ଯାଇଥିବା ସ୍ଥାନରେ ଖୋଲା ଯାଇ ଶବ ଉଦ୍ଧାର କରାଯାଇଥିଲା । ସେହି ଶବ ପୋଚିସଢି ଯାଇଥିଲା । ପୁଲିସ ପ୍ରତୀମାକୁ ଗିରଫ କରି ପଚରାଉଚରା ଚଳାଇଛି ।

Loading...
>