ସ୍କୁଲରୁ ଟେକି ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭଦ୍ରକ:  ପୁଣି ନାବାଳିକାକୁ  ଦୁଷ୍କର୍ମ ଅଭିଯୋଗ । ଭଦ୍ରକ ଜିଲ୍ଲା ଧୁଷୁରି ଥାନା ଅଞ୍ଚଳରେ ଘଟିଛି ଘଟଣା । ପରିବାର ପକ୍ଷରୁ  ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ ।ସୂଚନାଯୋଗ୍ୟ ଯେ,  ଧୁଷୁରୀ ଥାନା ଅଞ୍ଚଳରେ ଥିବା ଏକ ସ୍କୁଲରେ ନାବାଳିକା ପାଠ ପଢୁଥିଲେ । ଖେଳ ଛୁଟି ସମୟରେ ନାବାଳିକାଙ୍କୁ ବିଦ୍ୟାଳୟ ପଛରେ ଥିବା ଏକ ପଡିଆକୁ ନେଇ ଦୁଷ୍କର୍ମ କରାଯାଇଥିବା  ଅଭିଯୋଗ ହୋଇଛି । ତେବେ ନାବାଳିକାକୁ ନିକଟସ୍ଥ ବିଲରେ କାମ କରୁଥିବା ଲୋକ ଉଦ୍ଧାର କରିଥିଲେ । ନାବାଳିକାଙ୍କ ମାଙ୍କ ପକ୍ଷରୁ ଧୁଷୁରୀ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

Loading...
>