ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା : ବିମାନ ଉଡ଼ାଣ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଆଉ ଅଳ୍ପଦିନ ବାକିଥିଲା ବେଳେ ସେଥିପାଇଁ ଏବେଠାରୁ କଡ଼ା ସୁରକ୍ଷା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ସାତଦିନ ପାଇଁ ଦିଲ୍ଲୀରେ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଚଳତି ମାସର ୧୮, ୨୦, ୨୧, ୨୨,୨୩, ୨୪ ଓ ୨୬ ତାରିଖରେ ଏହି କଟକଣା ଲାଗୁ ରହିବ । ଏହି ସାତ ଦିନରେ ଦିଲ୍ଳୀର ବିମାନ ବନ୍ଦରରୁ କୌଣସି ବିମାନ ଉଡ଼ାଣ କରିବ ନାହିଁ କି କୌଣସି ବିମାନ ଅବତରଣ କରିବ ନାହିଁ । ପୁଲିସ୍ କମିଶନର ଅମୂଲ୍ୟ ପଟ୍ଟନାୟକ ଏ ନେଇ ଏସ୍ଡପିଓ ଏବଂ ଷ୍ଟେସନ ହାଉସ୍ ଅଫିସରମାନଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ସାଧାରଣତନ୍ତ୍ର ଦିବସ ଉତ୍ସବ ପାଇଁ ସୁରକ୍ଷା ଦିଗ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ସାତ ଦିନ ଭିତରେ ଦିଲ୍ଲୀର ବିଭିନ୍ନ ହୋଟେଲ , ଲଜିଂ, ଗେଷ୍ଟ ହାଉସ୍, ସରକାରୀ ଅତିଥି ଭବନ ଗୁଡ଼ିକରେ ବ୍ୟାପକ ଯାଞ୍ଚ୍ ହେବ । ସେହିପରି, ଗୁରୁତ୍ୱପୂର୍ଣ୍ଣ ବଜାର ଅଞ୍ଚଳ ଗୁଡ଼ିକରେ ମଧ୍ୟ ତଲାସି ଅଭିଯାନ କରାଯିବ । ହୋଟେଲରେ ରହୁଥିବା ଅତିଥିମାନଙ୍କର କଡ଼ା ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବଡ଼ ବଡ଼ ମାର୍କେଟ୍, ସପିଂ ମଲ୍ ଓ ଉପାସନା ପୀଠଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ଲାଗି ନିଷ୍ପତ୍ତି ହୋଇଛି ।

Loading...
>