ରେକର୍ଡ କଲେ ରୀତା, ନବୀନ ଓ ସୌମ୍ୟଙ୍କୁ ଟପିଲେ

ବିଜେପୁର : ବହୁ ପ୍ରତୀକ୍ଷିତ ଆସନ ବିଜେପୁର ବିଧାନସଭା ଆସନ ପାଇଁ ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଜେଡି ପ୍ରାର୍ଥୀ ରୀତା ସାହୁ ୨୧ ରାଉଣ୍ଡ ସୁଦ୍ଧା ତାଙ୍କ ପ୍ରତିପକ୍ଷ ବିଜେପି ପ୍ରାର୍ଥୀଙ୍କଠାରୁ ୯୭,୯୦୪ ଭୋଟ ଆଗରେ ରହିଛନ୍ତି । ୨୧ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ରେକର୍ଡ ସଂଖ୍ୟାକ ୧୩୫୯୪୧ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ୩୭୪୫୮ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୫୮୭୧ ଭୋଟ ପାଇଛନ୍ତି । ଗତ ସାଧାରଣ ନିର୍ବାଚନରେ ୮୧,୪୩୦ ଭୋଟରେ ସୌମ୍ୟରଂଜନ ପଟ୍ଟନାୟକ ଜିତିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଭୋଟଗଣତି ସୁଦ୍ଧା ପାଖାପାଖି ୯୭ହଜାର ଭୋଟରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟ ବ୍ୟବଧାନରେ ମଧ୍ୟ ରୀତା ସାହୁ ପଛରେ ପକାଇଛନ୍ତି ।

Loading...
>