ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ

ଭୁବନେଶ୍ୱର: ସାରା ଦେଶରେ ମହିଳାଙ୍କ ଉପରେ ଅତ୍ୟାଚାର, ନାବାଳିକା ଦୁଷ୍କର୍ମଗୁଡିକ ପ୍ରତିବାଦରେ ଉଷ୍ମତା ଜାରି ରହିଥିବା ବେଳେ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏହାକୁ ଉପଲବ୍ଧି କରି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ନ୍ୟାୟପାଳିକାର ଭିତ୍ତିଭୂମି ଗଠନ ଦିଗରେ ପ୍ରୟାସ ଜାରି କରିଛନ୍ତି । ସେ କହିଛନ୍ତି ଯେ, ଏଣିକି ଦୁଷ୍କର୍ମ ପୀଡିତା ତଥା ମହିଳା ଓ ଶିଶୁଙ୍କ ଉପରେ ବଢୁଥିବା ନିର୍ଯାତନା ଉପରେ ତ୍ୱିରତ ବିଚାର ପାଇଁ ଫାଷ୍ଟଟ୍ରାକ୍ ପ୍ରତିଷ୍ଠା ହେବ । ପୂର୍ବରୁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଫାଷ୍ଟଟ୍ରାକ୍ କୋର୍ଟର ସଂଖ୍ୟା ସୀମିତି ଥିବାରୁ ଏବେ ବିଭିନ୍ନ ଅଦାଲତରେ ମହିଳା ନିର୍ଯାତନ ସଂପର୍କିତ ବହୁ ମାମଲା ପଡିରହିଛି । ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ୪୫ଟି ଫାଷ୍ଟଟ୍ରାକ୍ ପ୍ରତିଷ୍ଠା କରିବେ । ଆଜି ଏ ନେଇ ଲୋକସେବା ଭବନରେ ସେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ବୈଠକରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି ୪୫ଟି କୋର୍ଟ ମଧ୍ୟରୁ ୨୧ଟି ମହିଳାଙ୍କ ପାଇଁ ପ୍ରତିଷ୍ଠା ହେବ ଏବଂ ୨୪ଟିରେ ପୋକ୍ସୋ ମାମଲାର ବିଚାର ହେବ । ସେହିଭଳି ହାଇକୋର୍ଟରେ ଖାଲିଥିବା ପଡିଥିବା ୧୪ଟି ବିଚାରପତି ପଦବୀ ମଧ୍ୟ ପୂରଣ ହେବ । ଉଲ୍ଲେଖଯୋଗ୍ୟ ସାରା ଦେଶରେ ମହିଳାଙ୍କ ଉପରେ ନିର୍ଯାତନା କ୍ରମଶଃ ବୃଦ୍ଧିପାଉଥିବାରୁ କେନ୍ଦ୍ର ସରକାର ସାରା ରାଜ୍ୟରେ ମହିଳା ଓ ଶିଶୁ ଡେକ୍ସ ପ୍ରତିଷ୍ଠା ପାଇଁ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରିଥିବା ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।

Loading...
>