ରାଜଧାନୀରେ ବାର୍ଡ଼ ଫ୍ଲୁ : ଆସନ୍ତାକାଲିଠାରୁ କୁକୁଡାମରା ଅଭିଯାନ

ଭୁବନେଶ୍ୱର,: ରାଜଧାନୀ ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ଼ ଫ୍ଲୁ ରୋଗ ଚିହ୍ନଟ ହୋଇଛି । ଭୋପାଳ ଟେଷ୍ଟିଂ ଲେବୋରେଟୋରୀକୁ ପଠାଯାଇଥିବା ନମୂନା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗତ ୨/୩ ଦିନ ହେଲା ଓୟୁଏଟି ଫାର୍ମରେ କୁକୁଡ଼ା ଗୁଡ଼ିକ ମରି ପଡ଼ୁଥିବା ଦୃଷ୍ଟିରୁ ଏହାର ନମୂନା ଯାଂଚ ପାଇଁ ଭୋପାଳକୁ ପଠାଯାଇଥିଲା । ଆଜି ସେ ରିପୋର୍ଟ ହସ୍ତଗତ ହୋଇଛି । ଏହି ରିପୋର୍ଟ ହସ୍ତଗତ ହେବା ପରେ ଆସନ୍ତା କାଲିଠାରୁ କୁକୁଡ଼ା ମାରିବା ଅଭିଯାନ ଆରମ୍ଭ ହେବ । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବାର୍ଡ଼ ଫ୍ଲୁ ଲାଗିଥିବାର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳକୁ ସଂକ୍ରମିତ ଅଂଚଳ ଓ ଏକରୁ ଦଶ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳକୁ ନୀରିକ୍ଷଣ ଅଂଚଳ ରୂପେ ଘୋଷଣା କରାଯାଇଛି । ସଂକ୍ରମିତ ଅଂଚଳ ମଧ୍ୟରେ ଥବବା ସମସ୍ତ କୁକୁଡ଼ାଙ୍କୁ ମରାଯାଇ ଗଭୀର ଗାତରେ ପୋତିଦିଆଯିବ ଏବଂମାଯି ଘୋଡ଼ାଇବା ପୂର୍ବରୁସେଥବରେ ଚୂନ ଓ ବ୍ଲିଚିଂ ପାଉଡ଼ର ପରି ବିଶୋଧକ ପ୍ରୟୋଗ କରାଯିବ । ସଂକ୍ରମିତ ଅଂଚଳର ରାସ୍ତାଘାଟ ଓ ଅନ୍ୟାନ୍ୟ ସର୍ବସାଧାରର ସ୍ଥାନକୁ ମଧ୍ୟ ବ୍ଲିଚିଂ ପାଉଡ଼ର ପରି ବିଶୋଧକ ପ୍ରୟୋଗ କରାଯିବ । ସଂକ୍ରମିତ ଅଂଚଳର ରାସ୍ତାଘାଟ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନକୁ ମଧ୍ୟ ବ୍ଲିଚିଂ ପାଉଡ଼ର ଦ୍ୱାରା ବିଶୋଧନ କରାଯିବାର ବ୍ୟବସ୍ଥା ହୋଇଛି ।
କୁକୁଡ଼ା ମରା ଅଭିଯାନ ଓ ରୋଗ ନିୟନ୍ତ୍ରଣ ପାଇଁ ସରକାରଙ୍କ ତରଫରୁ ବାର ଗୋଟି ତ୍ୱରିତ କାର୍ଯ୍ୟକାରୀ ଦଳ (ରାପିଡ଼ ରେସପନ୍ସ ଟିମ) ନିଯୁକ୍ତ କରାଯାଇଛି । ଏ ମଧ୍ୟରୁ ସାତ ଗୋଟି ଦଳ କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ଥିଲା ବେଳେ ଅନ୍ୟ ପାଂଚଟି ଦଳ ନୀରିକ୍ଷଣ ଅଂଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସଂକ୍ରମିତ ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳରେ ରାପିଡ଼ ରେସପନ୍ସ ଟିମ୍ ଓୟୁଏଟି କୁକୁଡ଼ା ଫାର୍ମର କୁକୁଡ଼ା ଫାର୍ମର କୁକୁଡ଼ା ମାରିବା ସହ ମାଂସ ଦୋକାନ ଓ ଅନ୍ୟାନ୍ୟ ଫାର୍ମରେ ମହଜୁଦ ଥିବା କୁକୁଡ଼ାଙ୍କୁ ମାରି ଗଭୀର ଗାତରେ ପୋତିବା ସାଂଗକୁ ଘର ଘର ବୁଲି ଯେଉଁମାନେ କୁକୁଡ଼ା ରଖିଛନ୍ତି ସେ କୁକୁଡ଼ାଗୁଡ଼ିକୁ ମାରିବାର ବ୍ୟବସ୍ଥା କରିବେ । ନୀରିକ୍ଷଣ ଅଂଚଳରେ ନିୟୋଜିତ ଥିବା ତ୍ୱରିତ କାର୍ଯ୍ୟକାରୀ ଦଳ ନିୟମିତ ବ୍ୟବଧାନରେ କୁକୁଡ଼ାମାନଙ୍କ ରକ୍ତ, ଲାଳ ଓ ମଳ ଆଦି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାର ବ୍ୟବସ୍ଥା କରାଯାଇଛି ।
ବାର୍ଡ଼ ଫ୍ଲୁ ନିୟନ୍ତ୍ରଣ ସମ୍ବନ୍ଧୀୟ ସୂଚନା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନିୟନ୍ତ୍ରଣ କକ୍ଷମାନ କାର୍ଯ୍ୟ କରୁଛି । ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ମଙ୍ଗଳାବାଗ, କଟକ ଠାରେ କାର୍ଯ୍ୟ କରୁଛି ଓ ଏହାର ଟେଲିଫୋନ ନମ୍ବର ୦୬୭୧୨୪୧୪୩୧୦ ତଥା ଫାକ୍ସ ନମ୍ବର ୦୬୭୧୨୪୧୪୭୩୯ । ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ଭୁବନେଶ୍ୱରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛି ଓ ଏହାର ଟେଲିଫୋନ ନମ୍ବର ୦୬୭୪୨୫୪୦୪୨୫ ।
ବାର୍ଡ଼ ଫ୍ଲୁ ନିୟନ୍ତ୍ରଣ ପଦକ୍ଷେପ ସ୍ୱରୂପ କୌଣସି କୁକୁଡ଼ା ଓ କୁ୍‌କୁଟଜାତୀୟ ପଦର୍ଥ, ସଂକ୍ରମିତ ସ୍ଥାନର ଏକ କିଲୋମିଯର ବ୍ୟାସାର୍ଦ୍ଧ ଅଂଚଳରୁ ବାହାରକୁ ଚାଲାଣ କରାଯାଇପାରିବ ନାହିଁ ଏବଂ ସଂକ୍ରମିତ ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳ ଭିତରକୁ ପ୍ରବେଶ କରିପାରିବ ନାହିଁ । ସରକାରଙ୍କ ତରଫରୁ ଜୀବାଣୁମୁକ୍ତ ପ୍ରମାଣପତ୍ର ପ୍ରଦାନର ୯୦ ଦିନ ପରେ ସଂକ୍ରମିତ ଅଂଚଳରେ କୁକୁଡ଼ା ଓ କୁକ୍‌ୁଟଜାତୀୟ ପଦାର୍ଥର ବ୍ୟବସାୟ କରାଯାଇପାରିବ । ସରକାରଙ୍କ ତରଫରୁ ଲୋକଙ୍କୁ ବାର୍ଡ଼ ଫ୍ଲୁ ବାବଦରେ ସଚେତନ କରିବାକୁ ସଚେନତନା କାର୍ଯ୍ୟକ୍ରମ କରାଯାଉଛି । ଏହି ଭାଇରସ୍ ମନୁଷ୍ୟଙ୍କୁ ଆକ୍ରାନ୍ତ କରିବା କ୍ୱଚିତ ଦେଖାଯାଇଥାଏ, ତେଣୁ ଲୋକମାନେ ଭୟଭୀତ ହେବାର କୌଣସି କାରଣନାହିଁ । ସୂଚନାଯୋଗ୍ୟ ଯେ, ବାର୍ଡ଼ଫ୍ଲୁକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ପକ୍ଷୀ ବିହାର ବନ୍ଦ କରାଯିବ ବୋଲି ନନ୍ଦନ କାନନର କର୍ତୃପକ୍ଷ ପ୍ରକାଶ କରିଛନ୍ତି । ପରବର୍ତୀ ଆଦେଶ ଯାଏଁ ଏହା ବନ୍ଦ ରହିବ ।

Loading...
>