ଯୋଧପୁର ଛାଡିଲେ ପ୍ରିୟଙ୍କା-ନିକ୍‌

ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍‌ ସିଙ୍ଗର ନିକ୍‌ ଜୋନସ୍‌ ବିବାହ ବନ୍ଧନରେ ଆବନ୍ଧ ହେବା ପରେ ଏବେ ଯୋଧପୁର ଛାଡିଛନ୍ତି। ୨ ଦିନର ବିବାହ ଉତ୍ସବ ପରେ ଏମାନେ ପରିବାର ସଦସ୍ୟଙ୍କ ସହ ମିଶି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଦିଲ୍ଲୀରେ ଏକ ରିସେପଶନ୍‌ ପାର୍ଟିର ଆୟୋଜନ କରିଥିବାରୁ ଏମାନେ ଦିଲ୍ଲୀ ଫେରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଯୋଧପୁରର ଉମେଦ ଭବନ ପ୍ୟାଲେସରେ ଡିସେମ୍ବର୧-୨ରେ ଏମାନଙ୍କର ବିବାହ ସମ୍ପନ୍ନ ହୋଇଛି।

Loading...
>