ମୋଦିଙ୍କ ସଭାରେ ପାଣି ପାଉଜ୍ ମନା


ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମାରାଥନ୍‌ ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ପ୍ରଥମ ଗସ୍ତରେ ଖୋର୍ଦ୍ଧା ନାଇଜର୍‌ କ୍ୟାମ୍ପସ୍‌ ଷ୍ଟାଡିୟମରେ ଆୟୋଜତି ହୋଇଥିବା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହା ପୂର୍ବରୁ ଆଜି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦୟ ପ୍ରିୟଦର୍ଶୀ ଓ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । 

ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟ ଗୋଶାଳରେ ହେବାକୁ ଥିବା ଏହି ସାଧାରଣ ସଭାରେ ହଜାର ହଜାର ଲୋକ ଏକତ୍ରିତ ହେବେ । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୪୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ । ଏହା ସହିତ ୪ ଜଣ ଏସ୍‌ପି, ୩୦ ଜଣ ଡିଏସ୍‌ପି ଓ ୧୦ ଏସ୍‌ପି ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିବେ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି । ସେହିପରି ସଂପୂର୍ଣ୍ଣ ବରୁଣେଇ ପାହାଡ଼କୁ ପୋଲିସ କର୍ଡନ୍‌ରେ ରଖାଯିବ । ଏହା ସହିତ ସାଧାରଣ ସଭାରେ ପାଣି ପାଉଜ ଓ ପାଣି ବୋତଲ ନେବା ଉପରେ କଟକଣା ଜାରି କରାଯାଇଛି । ଏହା ଗାଡ଼ି ରଖିବା ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଏଡିଜି ସନ୍ତୋଷ ଉପାଧ୍ୟାୟ ଆଇଆଇଟି ପରିସରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ମୋଦୀଙ୍କ ଗସ୍ତ ପାଇଁ ଆଜି ମକ୍‌ ଡ୍ରିଲ୍‌ କରାଯିବାର କାର୍ଯ୍ୟକ୍ରମ ରହିଛି । 

Loading...
>