ମହାରାଷ୍ଟ୍ର : ସରକାର ଗଠନ ପାଇଁ ସହମତି, ୧୬-୧୫-୧୨ ଫର୍ମୁଲାରେ ହୋଇପାରେ ବିଭାଗ ବଣ୍ଟନ

ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ ସରକାର ଗଠନ ପାଇଁ ପ୍ରାୟତଃ ସଫଳ ହୋଇଛି ଓ ଏବେ ତିନି ଦଳ ମଧ୍ୟରେ ବିଭାଗ ବଣ୍ଟନକୁ ନେଇ ଆଲୋଚନା ଜାରି ରହିଛି । ସୂତ୍ର ଅନୁସାରେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ସହ ୧୬ ବିଭାଗ ମିଳିପାରେ ଯେଉଁଥିରେ ୧୧ କ୍ୟାବିନେଟ୍ ଓ ୫ ରାଜ୍ୟପାହ୍ୟ ମନ୍ତ୍ରୀ ପଦ । ସେହିପରି ଏନସିପି ଉପ ମୁଖ୍ୟମନ୍ତ୍ରୀ ସମେତ ୧୫ ବିଭାଗ (୧୧ କ୍ୟାବିନେଟ୍ ଓ ୪ରାଷ୍ଟ୍ରପାହ୍ୟ ମନ୍ତ୍ରୀପଦ) ମିଳିପାରେ । ସୂତ୍ରରେ କୁହାଯାଇଛି ଯେ, କଂଗ୍ରେସକୁ ୧୨ ବିଭାଗ(୯ କ୍ୟାବିନେଟ୍ ଓ ୩ ରାଷ୍ଟ୍ରପାହ୍ୟ ମନ୍ତ୍ରୀ)ପଦ ମିଳିପାରେ । ଏହା ସହିତ ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ କଂଗ୍ରେସ ଚାହୁଁଥିବା ଜଣାପଡିଛି । କୁହାଯାଉଛି ଯେ, କଂଗ୍ରେସକୁ ବିଧାନସଭାରେ ବାଚସ୍ପତି ପଦ ମିଳିପାରେ । ଏନସିପି ମୁଖ୍ୟ ଶରତ ପାୱାର ଚାହୁଁଛନ୍ତି ଯେ, ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଓ କଂଗ୍ରେସକୁ ମଧ୍ୟ ଗୋଟିଏ ଉପ ମୁଖ୍ୟମନ୍ତ୍ରୀ ପଦ ମିଳୁ ।
ସୂଚନାଯୋଗ୍ୟ ଯେ, ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ନେହରୁ ସେଣ୍ଟରରେ ମହତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି । ବୈଠକ ପରେ ରାଜ୍ୟପାଳ ବିଏସ୍ କୋଶ୍ୟାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Loading...
>