ମଞ୍ଚରେ କର୍ମୀଙ୍କୁ ଚାପୁଡା ମାରିଲେ ବିଜେଡି ସାଂସଦ, ଭିଡିଓ ହେଲା ଭାଇରାଲ

ପାରଳାଖେମୁଣ୍ଡି:ବିଜୁ ଜନତା ଦଳର ଜଣେ ବରିଷ୍ଠ ସାଂସଦଙ୍କ ଔଧତ୍ୟ ଆଚରଣ ସର୍ବ ସମ୍ମୁଖରେ ଦେଖିବାକୁ ମିଳିଛି । ସାଂସଦ ଚନ୍ଦ୍ର ଶେଖର ସାହୁ ମଞ୍ଚ ଉପରେ ନୂଆ କରି ଦଳରେ ସାମିଲ ହେଉଥିବା କର୍ମୀଙ୍କୁ ସ୍ୱାଗତ କରିବା ବଦଳରେ ଚାପୁଡ଼ା ମାରିଛନ୍ତି । ଯାହାର ଭିଡ଼ିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି । ବିଜେପି ନେତା ଭୃଗୁ ବକ୍ସିପାତ୍ର ଭିଡ଼ିଓକୁ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ କରିବା ସହିତ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।ପାରଳାଖେମୁଣ୍ଡିରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ଅବସରରେ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । କିଛି କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ସମସ୍ତ କର୍ମୀଙ୍କୁ ଉତ୍ତରୀୟ ଦେଇ ସାଂସଦ ଚନ୍ଦ୍ର ଶେଖର ସାହୁ ଦଳକୁ ସ୍ୱାଗତ କରୁଥିଲେ । ପୂର୍ବ ଯୁବ କଂଗ୍ରେସ ଜିଲ୍ଲା ସଭାପତି ସଂଗ୍ରାମ ସାହୁ  ମଧ୍ୟ ଦଳରେ ଯୋଗ ଦେଇଛନ୍ତି ।  ଏହି ସମୟରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସଂଗ୍ରାମକୁ ଉତ୍ତରୀୟ ଦେଇ ସ୍ୱାଗତ କରୁଥିଲେ । ସେ କିନ୍ତୁ ସାଂସଦଙ୍କଠାରୁ ନେବାକୁ କହିଥିଲେ । କିନ୍ତୁ ସାଂସଦ ତାଙ୍କୁ ସ୍ୱାଗତ କରିବା ବଦଳରେ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଯାହାର ଭିଡ଼ିଓ ଏବେ ସୋଶିଆଲ୍‌ ମିଡିଆରେ ଭାଇରାଲ ହୋଇଛି । ବିଜେପି ନେତା ଭୃଗୁ ବକ୍ସିପାତ୍ର ଭିଡ଼ିଓକୁ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ କରିବା ସହିତ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ତେବେ ଯେହେତୁ ଚନ୍ଦ୍ର ଶେଖର ପୂର୍ବରୁ କଂଗ୍ରେସ ଦଳରେ ଥିଲେ । ତାଙ୍କର ସଂଗ୍ରାମଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଛି । ତେଣୁ ସେହି ଦୃଷ୍ଟିରୁ ସେ ତାଙ୍କୁ ଚାପୁଡ଼ା ମାରି ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେ କାହିଁକି ଓ କେଉଁ ପରିସ୍ଥିତିରେ ଏମିତି ଆଚରଣ କରିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇନି ।

Loading...
>