ଭୋଟରଙ୍କୁ ମନାଇବା ପାଇଁ ଏହି କାମ କରିବାକୁ ପଛାଉ ନାହାନ୍ତି ନେତା

ଭୋପାଳ: ମଧ୍ୟପ୍ରଦେଶରେ ନଭେମ୍ବର ୨୮ରେ ବିଧାନସଭା ପାଇଁ ହେବ ମତଦାନ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ହାତେଇବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ରାଷ୍ଟ୍ରୀୟ ଆମ୍‌ଜନ ପାର୍ଟିର ନେତା ଶରଦ ସିଂ କୁମାର ଘର ଘର ବୁଲି ଭୋଟରଙ୍କ ଜୋତା ପଲିସ୍‌ କରୁଛନ୍ତି। ଶରଦଙ୍କ ଏଭଳି କାର୍ଯ୍ୟର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ ହୋଇଛି। ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ଭୋଟ ଗଣନା ଡିସେମ୍ବର ୧୧ରେ ହେବ।

Loading...
>