ଭାରତ ଆସିବେ ପ୍ରିନ୍ସ୍ ଚାର୍ଲ୍ସ୍

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୧୩ ତାରିଖରେ ପ୍ରିନ୍ସ ଚାର୍ଲସ୍ ଭାରତ ଗସ୍ତରେ ଆସିବେ । ଏହି ଅବସରରେ ସେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବୈଠକରେ ଉଦ୍ବୋଧନ ଦେବେ । ସେ ଦୁଇ ଦିନିଆ ଭାରତ ଗସ୍ତରେ ଆସି ବହୁ ତୁଙ୍ଗ ନେତାଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂପର୍କ କିପରି ଆହୁରି ସୁଦୃଢ଼ ଓ ବ୍ୟାପକ ହେବ ସେଥିନେଇ ମତ ବିନିମୟ ହେବ । ଶେଷ ଥର ପାଇଁ ପ୍ରିନ୍ସ ଚାର୍ଲସ୍ ୨୦୧୭ ନଭେମ୍ବର ମାସରେ ଭାରତ ଗସ୍ତରେ ଆସିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ବ୍ୟକ୍ତିଗତ ଭାବେ ବ୍ରିିଟେନ୍ ଆସିବା ଲାଗି ଆମନ୍ତ୍ରଣ କରିଥିଲେ । ୭୦-ବର୍ଷୀୟ ଚାର୍ଲ୍ସ ବୈଦେଶିକ ଓ ରାଜ୍ୟଗୋଷ୍ଠୀ କାର୍ଯ୍ୟାଳୟର ଅନୁରୋଧକ୍ରମେ ଏହି ଗସ୍ତରେ ଆସୁଛନ୍ତି ।

Loading...
>