Home News ବିଶ୍ୱକପ୍ ଜିତିବା ପରେ ଏମିତି କହିଲେ ବାଂଲା ଅଧିନାୟକ

ବିଶ୍ୱକପ୍ ଜିତିବା ପରେ ଏମିତି କହିଲେ ବାଂଲା ଅଧିନାୟକ

ଜୋହନ୍ସବର୍ଗ: ବହୁ ଦିନରୁ ଏକ ବଡ଼ ସ୍ୱପ୍ନ ଥିଲା । ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ଟ୍ରଫି କିପରି ଜିତିବୁ । ଏଥିପାଇଁ ଖେଳାଳିମାନେ ଉତ୍କଣ୍ଠିତ ମନରେ ରହିଥିଲେ । ଶେଷରେ ସେହି ସୌଭାଗ୍ୟ ମିଳିଛି ଏବଂ ଆମର ବହୁ ଦିନର ଏକ ବଡ଼ ସ୍ୱପ୍ନ ସାକାର ହୋଇଛି । ରବିବାର ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍‌ରେ ଭାରତକୁ ହରାଇ ବିଶ୍ୱକପ୍ ଜିତିବା ପରେ ଏଭଳି ଆବେଗଭରା ମନ୍ତବ୍ୟ ଦେଇଛନ୍ତି ବାଂଲାଦେଶର ସ୍କିପର ଆକବର ଅଲ୍ଳୀ । ସେ କହିଛନ୍ତି ଯେ, ପ୍ରଶଂସକମାନେ ଯେଭଳି ଭାବରେ ବାଂଲା କ୍ରିକେଟ୍ ଟିମ୍‌କୁ ସମର୍ଥନ ଦେଲେ, ତାହା ବାସ୍ତବିକ ଅଭୁତପୂର୍ବ । ଏଭଳି ସମର୍ଥନ ମିଳିବ ବୋଲି ଆମେ କେବେବି ଭାବିନଥିଲୁ । ବାସ୍ତବରେ ଦଳ ଏହି ଟାଇଟଲ୍ ପାଇବା ପାଇଁ ହକ୍‌ଦାର ଥିଲା । କାରଣ ସବୁ ସଦସ୍ୟ ଖେଳୁଆଡ଼ ମନୋଭାବ ନେଇ ଦୃଢ଼ ସଂକଳ୍ପର ସହ ମ୍ୟାଚକୁ ଓହ୍ଲାଇଥିଲେ । ମନ ଭିତରେ ଅସୀମ ଶକ୍ତି, ଉତ୍ସାହ ଓ ସଂକଳ୍ପ ରହିଥିଲା । ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା- ଟ୍ରଫି କିପରି ଜିତଦିବୁ । ଏହି ଦଳଗତ ମନୋଭାବ ଯୋଗୁଁ ବିଶ୍ୱକପ୍ ଜିତିବା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି । ଆକବର ପ୍ରଶଂସକମାନଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏଠାରେ ଯେଭଳି ମନୋବଳ ଓ ସମର୍ଥନ ମିଳିଲା ତାହା ଭବିଷ୍ୟତରେ ମଧ୍ୟ ମିଳିବ ବୋଲି ଆଶା କରୁଛୁ । ଏତେ ଦୂରରୁ ଆସିଥିଲେ ମଧ୍ୟ ଯେଭଳି ସମର୍ଥନ ପାଇଲୁ ତାହା ଆମ ପାଇଁ ଏକ ବିରଳ ଅନୁଭବ । ଭାରତ ମଧ୍ୟ ଜିତିବା ପାଇଁ ସଂଘର୍ଷ କରିଥିଲା । ତେବେ ଏହାକୁ ନିରାଶ ହେବାକୁ ପଡ଼ିଲା । ଖେଳରେ ହାରଜିତ୍ ଏକ ସ୍ୱାଭାବିକ ଘଟଣା । ତେଣୁ ଆଶ୍ଚର୍ଯ୍ୟ ହେବାର ଅବକାଶ ନାହିଁ । ଆମ ଖେଳାଳିଙ୍କ ମଧ୍ୟରେ ଜିତିବାର ଯେଉଁ ଝୁଙ୍କ ଓ କ୍ଷୁଧା ଥିଲା ତାହା ପ୍ରକୃତରେ ଅଭୁତପୂର୍ବ । ସଦସ୍ୟମାନଙ୍କରର ଏଭଳି ମନୋଭାବ ମୋତେ ସବୁଠୁ ବେଶି ଖୁସି କରାଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>