ବିବାହ ପୂର୍ବରୁ ଏହି ସର୍ତ୍ତ ରଖିଲେ କନିଆଁ

ପାଟନା: ବିହାର ପୂର୍ନିଆ ଜିଲାରେ ବାସ କରୁଥିବା ମହମ୍ମଦ କୈସର ଅନସାରୀଙ୍କ ବିବାହରେ ତାଙ୍କ ଦୁଲହନ୍‌ ରଖିଛନ୍ତି ଦୁଇଟି ସର୍ତ୍ତ। ଅନସାରୀଙ୍କ ବିବାହ ନଭେମ୍ବର ୧୯ ତାରିଖ ଅର୍ଥାତ୍‌ ସୋମବାର ହେବ। ଅନସାରୀଙ୍କ ଦୁଲହନ୍‌ ସୋନୀ ଶ୍ୱଶୁର ଘରେ ଶୌଚାଳୟ ପାଇଁ ଅଡ଼ି ବସିବା ସହିତ ବିବାହ ନିମନ୍ତ୍ରଣ ପତ୍ରରେ ପରିବାର ନିୟୋଜନ ସମ୍ପର୍କରେ ସଚେତନତା ବାର୍ତ୍ତା ଛପାଇବା ପାଇଁ କହିଛନ୍ତି। ଏହା ସହିତ ନିମନ୍ତ୍ରଣ ପତ୍ରରେ ସ୍ବଚ୍ଛତା ବାର୍ତ୍ତା, ବେଟି  ବଜାଓ, ବେଟି ପଢ଼ାଓ ବାର୍ତ୍ତା ଛପାଇବାକୁ ସୋନୀ କହିଛନ୍ତି। ସୋନୀଙ୍କ ସର୍ତ୍ତକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି।

Loading...
>