ବିବାହ ଦିନ ପିତାଙ୍କୁ ମନେ ପକାଇ ଭାବୁକ ହେଲେ ବିଧାୟିକା ଅଦିତି

କୁହାଯାଏ ପିତାର ରାଜକୁମାରୀ ହେଉଛି ଝିଅ । ଝିଅଙ୍କର ପିଲାଦିନ ବାପାଙ୍କ ସହ ହିଁ କଟିଥାଏ । ଯଦି ବାହାଘର କଥା କୁହାଯାଏ ତେବେ ପିତାଙ୍କ ବିନା କଳ୍ପନା ମଧ୍ୟ କରାଯାଇ ନପାରେ । ସେହି ଝିଅମାନଙ୍କର ଚିନ୍ତା କରାଯାଉ ଯେଉଁମାନଙ୍କର ଭାଗ୍ୟରେ ବାହାଘରରେ ପିତା ନଥାନ୍ତି । ଏମିତି କିଛି ହୋଇଛି ଆଜି କଂଗ୍ରେସ ରାୟବରେଲ ବିଧାୟିକା ଅଦିତ ସିଂହଙ୍କ ସହ । ଅଦିତ ଗୁରୁବାର ଦିନ ନିଜର ବିବାହ ଅବସରରେ ସ୍ୱର୍ଗୀୟ ପିତା ଅଖିଲେଶ ସିଂହଙ୍କୁ ଭାବୁକ ହୋଇ ମନେ ପକାଇଛନ୍ତି । ଏ ସଂପର୍କରେ ଏକ ଟ୍ୱିଟ କରି ନିଜର ଭାବନାକୁ ପରିପ୍ରକାଶ କରିଛନ୍ତି । ଅଦିତି ସିଂ ନିଜର ପିତାଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି-ଜଣେ ପିତାଙ୍କ ସବୁଠୁ ବଡ ସ୍ୱପ୍ନ ଥାଏ ସେ ତାହାର ଝିଅ ବାହାଘର କରିବ, ବାପା ଆପଣ ଅଗନ୍ଦଙ୍କୁ ସଚ୍ଚା ଜୀବନସାଥୀ ଚୟନ କରିଛନ୍ତି, ଆଜି ଏହି ଖୁସିର ମୁହୂର୍ତ୍ତରେ ଆପଣ ନାହାନ୍ତି, ମୁଁ ଆପଣଙ୍କୁ ବହୁତ ମନେ ପକାଉଛି । ସୂଚନାଯୋଗ୍ୟ ଯେ, ୨୧ ନଭେମ୍ବର ତଥା ଆଜି ରାୟବରେଳି ସଦର ବିଧାୟକ ଅଦିତି ସିଂ ପଞ୍ଜାବର ନୱାଂସହର ବିଧାୟକ ଅଗନ୍ଦ ସିଂହଙ୍କ ସହ ଦିଲ୍ଲୀରେ ବିବାହ ବନ୍ଧନରେ ବାନ୍ଧିହେବେ । ଅଦିତି ସିଂହଙ୍କ ବିବାହ ମୃତ୍ୟୁର ପୂର୍ବରୁ ତାଙ୍କ ପିତା ଅଗନ୍ଦଙ୍କ ସହ ଠିକ୍ କରିଥିଲେ ।

Loading...
>