ବିଜେପିରେ ସାମିଲ ହେଲେ ଅଭିନେତା ସନୀ ଦେଓଲ, ଗୁରଦାସପୁରରୁ ଲଢିପାରନ୍ତି ନିର୍ବାଚନ

ନୂଆଦିଲ୍ଲୀ-ଚର୍ଚ୍ଚା ସତ ହେଲା । ବଲିଉଡ ଅଭିନେତା ସନୀ ଦେଓଲ ମଙ୍ଗଳବାର ଦିନ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଆଜି ଦିଲ୍ଲା ପାର୍ଟି ମୁଖ୍ୟାଳୟରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ମନ୍ତ୍ରୀ ପିୟୁଷ ଗୋଏଲ ଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି । ଶୁଣାଯାଉଛି େ ଯ ସନୀ ଦେଓଲ ଗୁରଦାସପୁରରୁ ଲୋକସଭା ନିର୍ବାଚନନ ଲଢିପାରନ୍ତି । ରବିବାର ଦିନ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସହ ସନ୍ନି ଙ୍କ ଆଲୋଚନା ହୋଇଥିଲା । ଏହାପରେ ସେ ଦଳରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ସନୀଙ୍କ ପିତା ମଧ୍ୟ ପୂର୍ବରୁ ଲୋକସଭା ସାଂସଦ ହୋଇଥିବା ବେଳେ ତାଙ୍କ ମାଆ ହେମା ମାଲିନୀ ଏବେ ସାଂସଦ ରୂପେ ରହିଛନ୍ତି ।

Loading...
>