ବିଜେପିରେ ମିଶିଲେ ଜୟନ୍ତ

ଭୁବନେଶ୍ୱର: ବିଜେଡିରୁ ଗୁରୁବାର ଇସ୍ତଫା ଦେଇଥିବା ପୁରୀ ପୌରସଂସ୍ଥାର ପୂର୍ବତନ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ ରବିବାର ଭାଜପାରେ ମିଶିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଜୟନ୍ତ ପଦ୍ମ ଧରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ ଜୟନ୍ତ। ମାତ୍ର ସେଠାରୁ ଉମାକାନ୍ତ ସାମନ୍ତରାୟଙ୍କୁ ବିଜେଡି ପ୍ରାର୍ଥୀ କରଛି। ଫଳରେ ତାଙ୍କୁ ଦଳ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରି ସେ ବିଜେଡି ଛାଡ଼ିଛନ୍ତି। ତେବେ ପରବର୍ତ୍ତୀ ସମୟରେ ଭାଜପା ତାଙ୍କୁ ପୁରୀରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

Loading...
>