ପ୍ରଣବ, ନାନାଜୀ ଓ ଭୂପେନଙ୍କୁ ମିଳିଲା ଭାରତ ରତ୍ନ

ନୂଆଦିଲ୍ଲୀ:ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପ୍ରଣବ ମୁଖାର୍ଜୀଙ୍କ ବ୍ୟତୀତ ସାମାଜିତ କାର୍ଯ୍ୟକର୍ତ୍ତା ନାନାଜୀ ଦେଶମୁଖ ଓ ଆସାମର ପ୍ରସିଦ୍ଧ ଗାୟକ ଭୂପେନ ହଜାରିକାଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ଵତନ୍ତ୍ର ସମାରୋହରେ ରାଷ୍ଟ୍ରପତି କୋବିନ୍ଦ ଏହି ତିନି ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତିଙ୍କଠୁ ସ୍ଵହସ୍ତରେ ପୁରସ୍କାର ଗ୍ରହଣ କରିଥିବା ବେଳେ ପରଣୋତ୍ତର ଭାବେ ନାନାଜୀ ଦେଶମୁଖଙ୍କ ପକ୍ଷରୁ ରିସର୍ଚ୍ଚ ଇନଷ୍ଟିଚ୍ୟୁୟଟର ବୀରେନ୍ଦ୍ରଜିତ ସିଂହ ଏବଂ ଆସାମର ପ୍ରସିଦ୍ଧ ଗାୟକ ଭୂପେନ ହଜାରିକାଙ୍କ ପକ୍ଷରୁ ତାଙ୍କର ପୁଅ ତେଜହଜାରିକା ରାଷ୍ଟ୍ରପତିଙ୍କଠୁ ଭାରତ ରତ୍ନ ପୁରସ୍କାର ଗ୍ରହଣ କରିଥିଲେ। ଏହି ସ୍ଵତନ୍ତ୍ର ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଡ. ହର୍ଷବର୍ଦ୍ଧନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓ ପଦାଧିକାରୀ ଉପସ୍ଥିତ ଥିଲେ

Loading...
>