ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା

ଭୁବନେଶ୍ଵର :ପୁଣି ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ସପ୍ତାହ ଶେଷ ବେଳକୁ ବାତ୍ୟା ରୂପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ଯଦି ଏହି ଘୂର୍ଣ୍ଣିବଳୟ ବାତ୍ୟା ରୂପ ଧାରଣ କରେ ତେବେ ଆସନ୍ତା ୧୦ କିମ୍ବା ୧୧ ତାରିଖ ବେଳକୁ ଓଡିସାରେ ବାତ୍ୟା ହେବାର ସମ୍ଭାବନା ରହିଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ଅକ୍ଟୋବର ରୁ ଡିସେମ୍ବରକୁ ପ୍ରାୟତଃ ଓଡିଶାର ବାତ୍ୟା ସମୟ ବୋଲି କୁହାଯାଏ। ଆଜି ଯାଏଁ ଓଡିଶାରେ ଯେତିକି ବି ବତ୍ୟା ହୋଇଛି ତାହା ଏହି ସମୟ ମଧ୍ୟରେ ଦେଖାଦେଇଛି। ତେବେ ଏହି କ୍ରମରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଥିବାର ପାଣିପାଗ ବିଭାଗ ଆକଳନ କରୁଛି। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ବର୍ତ୍ତମାନ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ସପ୍ତାହ ଶେଷ ବେଳକୁ ବାତ୍ୟା ରୂପରେ ପରିଣତ ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ପଶ୍ଚିମ, ଉତ୍ତର ଦିଗକୁ ଗତିକରି ପରବର୍ତ୍ତୀ ୨ଦିନରେ ଡିପ୍ରେସନରେ ପରିଣତ ହେବ। ୬ ରୁ ୭ ତାରିଖ ବେଳକୁ ଆକାଶ ମେଘାଚ୍ଛନ୍ନ ରହିବ। ୮ ରୁ ୯ ତାରିଖ ବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।  ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୫୦ କିମି ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି। ତେବେ ଏହି ସାମ୍ଭାବ୍ୟ ବାତ୍ୟା ୧୦ କିମ୍ବା ୧୧ ତାରିଖରେ ଜଗତସିଂହପୁର ଓ କେନ୍ଦ୍ରାପଡା ମଧ୍ୟରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଇଛି। କିନ୍ତୁ ବାତ୍ୟା ହେବ କି ନାହିଁ ତାହା ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

Loading...
>