Home News ନିରଞ୍ଜନ ହଟାଓ ଅଭିଯାନରେ ଦିଲ୍ଲୀରେ ମୋକ୍କିମ

ନିରଞ୍ଜନ ହଟାଓ ଅଭିଯାନରେ ଦିଲ୍ଲୀରେ ମୋକ୍କିମ

ଭୁବନେଶ୍ବର: କିଛି ଦିନର ନୀରବତା ପରେ ପୁଣି କଂଗ୍ରେସରେ କଳି ଆରମ୍ବର  ଜୋରଦାର ସଂକେତ । ପିସିସି ନେତୃତ୍ୱ ପରିବର୍ତ୍ତନ ଦାବି ସହ ପୁଣି ଜୋର ଧରିଛି ନିରଞ୍ଜନ ହଟାଅ  ଅଭିଯାନ । କଂଗ୍ରେସ  ବିଧାୟକ ମହମ୍ମଦ ମୋକ୍କିମ୍ ଙ୍କ ଦିଲ୍ଲୀ ଗସ୍ତ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ ଆଲୋଚନାରୁ ଏପରି କିଛି  ସଂକେତ ଆସିଛି । ତେବେ ଯୁବ ବିଧାୟକ ମୋକ୍କିମ୍ ଙ୍କୁ ଡାକରା ଆସିବା ପରେ ହିଁ ସେ ଦିଲ୍ଲୀ ଯାଇଥିବା ଜଣା ଯାଇଛି ।

ବିଧାୟକ ମହମ୍ମଦ ମୋକ୍କିମ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା  ସୋନୀଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବ ମାଧବନ୍‌ଙ୍କୁ ସାକ୍ଷାତ କରିଛନ୍ତି । ଏହା ସହ ସେ  କଂଗ୍ରେସର ବରିଷ୍ଠ ନେତା ତଥା ଦଳୀୟ ସଂଗଠନରେ କର୍ତ୍ତୁତ୍ୱ ରଖୁଥିବା  ଅହମ୍ମଦ ପଟେଲ ଏବଂ ଭେନୁଗୋପାଲଙ୍କୁ ସାକ୍ଷାତ କରି କିଛି ଆଲୋଚନା କରିଛନ୍ତି । ବରିଷ୍ଠ ନେତାଙ୍କୁ ଭେଟିବା ପରେ ମୋକ୍କିମ୍  ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିବା ଜଣାଯାଇଛି । ମୋକ୍କିମ୍‌ଙ୍କ ଏପରି ଅଭିଯାନରୁ କଂଗ୍ରେସର ରାଜ୍ୟ ନେତୃତ୍ୱ ପରିବର୍ତ୍ତନର ଆଭାସ ଦୃଢ ହୋଇଛି । କାରଣ ପ୍ରଦେଶ କଂଗ୍ରେସ ସଭାପତି ଦୌଡରେ ଅଛନ୍ତି ବାରବାଟୀ କଟକ ବିଧାୟକ ମହମ୍ମଦ ମୋକ୍କିମ ।

ପ୍ରଦେଶ କଂଗ୍ରେସ ସଭାପତି ଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କ ପଦରୁ ହଟାଇବାକୁ ଦୀର୍ଘ ଦିନ ଧରି ଦଳ ଭିତରୁ ହିଁ ଦାବି ହୋଇ ଆସୁଛି । ଏପରିକି କିଛି ନେତା ଦିଲ୍ଲୀ ଯାଇ ଜୋରଦାର ଲବି କରିଥିଲେ । ସେତେବେଳେ ବି ମୋକ୍କିମ୍ ଥିଲେ ପିସିସି ଫ୍ରଣ୍ଟରନର । ତେବେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ନିରଞ୍ଜନ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ବି ଦଳ ହାଇକମାଣ୍ଡ ତାହା ଗ୍ରହଣ କରିନଥିଲେ ।ଏପଟେ ଦଳର ରାଜ୍ୟ ଶାଖା  ସ୍ଥାଣୁ ହୋଇଯାଇଥିବା ନେଇ ଦଳ ଭିତରେ ଅଭିଯୋଗ ଉଠୁଥିଲା ।ଏହି ପରିପ୍ରେକ୍ଷୀରେ ମୋକ୍କିମ୍‌ଙ୍କ ଦିଲ୍ଲୀ ଗସ୍ତ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ ଆଲୋଚନା ନିରଞ୍ଜନ ହଟାଓ ଚର୍ଚ୍ଚାକୁ ତେଜ୍‌ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>