ଦୁଷ୍କର୍ମ ପରେ ହତ୍ୟା କରି ଶବକୁ କୁଲରେ ଲୁଚାଇଥିଲା, ଦୋଷୀକୁ ଆଜୀବନ ଜେଲ୍‌

ଶ୍ରୀଗଙ୍ଗାନଗର(ରାଜସ୍ଥାନ) : ୬ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟାର ବହୁଚର୍ଚ୍ଚିତ ମାମଲା ରାୟ ଶୁଣାଣି କରି ହନୁମାନଗଡର ପୋକ୍ସ କୋର୍ଟ ଦୋଷୀ ହେମନ୍ତ ସୋନୀଙ୍କୁ ଆଜୀବନ ଜେଲ ଓ ତା’ର ମାଆ କାନ୍ତା ସୋନୀ ଯିଏ ଏହି ଅପରାଧରେ ସାହାଯ୍ୟ କରିଥିଲା ତାକୁ ୫ ବର୍ଷର ଜେଲ୍ ସଜା ଶୁଣାଇଛନ୍ତି । ନ୍ୟାୟାଧିକ ମଶରୁର ଆଲମ ଖାନ ବୁଧବାର ଉଭୟଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି । ମୁଖ୍ୟ ଅଭିଯୁକ୍ତି ହେମନ୍ତଙ୍କୁ ଆଜୀବନ ଜେଲ୍ ସହ ୨୫ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀଗଙ୍ଗନଗର ଜିଲ୍ଲାର ସାଦୁଲସହରରେ ୨୨ ଡିସେମ୍ବର ୨୦୧୫ରେ ହେମନ୍ତ ସୋନି ତାଙ୍କ ପଡୋଶୀର ୬ ବର୍ଷର ଝିଅ ଘରକୁ ଯାଇ ତାଙ୍କୁ ଦୁଷ୍କର୍ମ କରିବା ସହ ଓଢଣୀରେ ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ଶବକୁ କୁଲର ଲୁଚାଇଥିଲା ।

Loading...
>