Home News ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ : ଥାନାରେ ଆତ୍ମସର୍ମପଣ କଲା ଅଭିଯୁକ୍ତ

ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ : ଥାନାରେ ଆତ୍ମସର୍ମପଣ କଲା ଅଭିଯୁକ୍ତ

ରାୟଗଡ: ପରିଣତ ବୟସରେ ଯିବାକୁ ପଡିଛି ଜେଲ । ତାହା ପୁଣି ନିଜ ସ୍ତ୍ରୀକୁ ହତ୍ୟା କରିବା ଘଟଣାରେ । ପ୍ରତିଦିନ ସ୍ତ୍ରୀର ଝଗଡାକୁ ଆଉ ସମ୍ଭାଳି ନ ପାରି ଏହି ଝଗଡାକୁ ସବୁଦିନ ପାଇଁ ଶେଷ କରିଦେବାର ନିଷ୍ପତି ନେଇ ଶୋଇଥିବା ଅବସ୍ଥାରେ ନିଜ ସ୍ତ୍ରୀର ବେକକୁ ଟାଙ୍ଗିଆରେ ହାଣି ହତ୍ୟାକାରୀ ସାଜିଛି ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ ଥାନା ଅନ୍ତର୍ଗତ କୁଟିଙ୍ଗଗୁଡା ଗ୍ରାମରେ । ହତ୍ୟା ପରେ ଗ୍ରାମ ଠାରୁ ୭କିଲୋମିଟର ଦୂର ରାୟଗଡ ଥାନାକୁ ଚାଲି ଚାଲି ଆସି ଘଟଣା ସଂପର୍କରେ ପ୍ରକାଶ କରିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିଥିବା ମହିଳାକୁ ଉଦ୍ଧାର କରି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ତେବେ ଅତ୍ୟଧିକ ରକ୍ତସ୍ରାବ ଓ ଗଭୀର କ୍ଷତ ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ମହିଳାଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ମୃତ ମହିଳା ଜଣକ ହେଲେ ବାଇନା ଜାକାକା(୬୦) ଓ ତାଙ୍କୁ ହତ୍ୟା କରିଥିବା ତାଙ୍କ ସ୍ୱାମୀ ହେଲେ ସତାନା ଜାକାକା (୬୨) । ଆତ୍ମସର୍ମପଣକାରୀ ସ୍ୱାମୀ ସତାନାକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଅତିରିକ୍ତ ଏସ.ପି.ରାମପ୍ରସାଦ ସାହୁ ସୂଚନା ଦେଇଥିବା ବେଳେ ସ୍ତ୍ରୀ ଓ ସ୍ୱାମୀ ମଧ୍ୟରେ ସବୁଦିନ ଝଗଡା ଲାଗି ରହିଥିବାରୁ ଏଭଳି କାଣ୍ଡ ଘଟିଥିବା ସେ ସୂଚନା ଦେଇଛନ୍ତି । ସେହିପରି ଥାନାରେ ଆତ୍ମସର୍ମପଣ କରିଥିବା ହତ୍ୟାକାରୀ ସ୍ୱାମୀ ସତାନା ପ୍ରକାଶ କରିଛି ଯେ,ଗତ ୨ବର୍ଷ ହେବ ତାଙ୍କ ସ୍ତ୍ରୀ ବାଇନା ସବୁଦିନ କୈାଣସି ନା କୈାଣସି ବିନା କାରଣରେ ତାଙ୍କ ସହ ଝଗଡା କରିଥାଏ । ସେ ନିଜ ଶଳା ତଥା ମାମୁଁ ଭଳି ଅନ୍ୟ ସଂର୍ପକୀୟମାନଙ୍କ ଘରକୁ ଗଲେ ସେଠାରେ ଥିବା ଅନ୍ୟ ମହିଳାମାନଙ୍କ ସଂପର୍କ ରଖୁଥିବା ନେଇ ସନ୍ଦେହ କରି ପ୍ରତିଦିନ ଝଗଡା କରୁଥିବା ବେଳେ ଗତକାଲି ରାତ୍ରରେ ମଧ୍ୟ ଏ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡା ଉଗ୍ରରୂପ ନେଇଥିଲା । ତେବେ ରାତ୍ର ଅଧିକ ହେବାରୁ ଦୁଇଜଣ ଖାଇସାରି ଶୋଇବାକୁ ଯାଇଥିଲେ । ପ୍ରତିଦିନର ଝଗଡାକୁ ଏକାଥରକେ ଶେଷ କରିଦେବାର ନିଷ୍ପତି ନେଇ ଘରେ ଥିବା ଏକ ଟାଙ୍ଗିଆ ଆଣି ଭୋର ପାଖାପାଖି ୪ଟା ସମୟରେ ନିଜ ସ୍ତ୍ରୀ ବାଇନା ଶୋଇଥିବା ବେଳେ ତାର ବେକ ଉପରେ ଚୋଟ ଉପରେ ଚୋଟ ମାରିବାରୁ ରକ୍ତଜୁଡୁବୁଡୁ ଅବସ୍ଥାରେ ସେ ପଡି ରହିଥିଲା । ଏହାପରେ ସେ କରିଥିବା ହତ୍ୟାର ପ୍ରାୟଶ୍ଚିତ କରିବା ପାଇଁ ରାୟଗଡ ଥାନାକୁ ଆସି ନିଜେ ଆତ୍ମ ସର୍ମପଣ କରିଥିବା ପ୍ରକାଶ କରିଛି । ଏ ନେଇ ଥାନାରେ କେସ ନମ୍ବର ୪୩/୨୦୨୦ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସତାନାକୁ ଗିରଫ କରାଯାଇ ୩୦୨ଆଇପିସି ଧାରାରେ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>