ଜେଲରେ ଗ୍ୟାଙ୍ଗଷ୍ଟର ମାଗୁଛି ଏହି ସବୁ ସୁବିଧା, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ତିହାର ଜେଲରେ ଥିବା ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟର ନିରଜ ବୱାନ ଜେଲ ଅଧିକାରୀଙ୍କ ନିକଟରେ ଏଭଳି କେତେକ ଦାବି ରଖିଛି, ଯାହାକୁ ନେଇ କେବଳ ଜେଲ ଭିତରେ ନୁହେଁ, ବାହାରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଜେଲ ଅଧିକାରୀଙ୍କୁ ସେ ଏକ ଲମ୍ବା ତାଲିକା ଧରାଇ ଦେଇଛି । ଯେଉଁସବୁ ସାମଗ୍ରୀ ଯୋଗାଇ ଦେବା ଲାଗି ସେ ଅଡି ବସିଛି ସେଗୁଡିକ ମଧ୍ୟରେ ଆଇପର୍ଡ, ଏଫ୍ଏମ୍ ରେଡିଓ ଓ ନିରାମିଷ ଖାଦ୍ୟ ଆଦି ରହିଛି । ସେ କହିଛି ମୋର ନିରାମିଷ ଖାଦ୍ୟ ଦରକାର । ଖାସ୍ କରି ଘର ତିଆରି ଖାଦ୍ୟ ଯୋଗାଇ ଦିଆଗଲେ ଭଲ ହେବ । ଏଥିପାଇଁ ଜେଲ କର୍ତ୍ତୃପକ୍ଷ ବ୍ୟବସ୍ଥା କରନ୍ତୁ । ମତେ ଆଇପର୍ଡ ଓ ଏଫ୍ଏମ୍ ରେଡିଓ ବ୍ୟବହାର କରିବାକୁ ଭଲ ଲାଗେ । ତେଣୁ ତାହା ମଧ୍ୟ ଦିଆଯାଉ । ନିରଜର ଏଭଳି ଦାବିକୁ ନେଇ ଜେଲ ଅଧିକାରୀ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ୨୦୧୫ ଅପ୍ରେଲ ମାସରେ ତାକୁ ଗିରଫ କରାଯାଇଥିଲା । ସେ ଏକାଧିକ ଭିନ୍ନ ଭିନ୍ନ ଅପରାଧରେ ସଂପୃକ୍ତ । ଜଣେ ଜେଲ ଅଧିକାରୀ କହିଛନ୍ତି ଯେ, ନିରଜ ଯେଉଁ ସବୁ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଛି ସେଗୁଡିକୁ ଯୋଗାଇ ଦିଆଯାଇପାରିବ ନାହିଁ । ବନ୍ଦୀମାନଙ୍କୁ ଏଭଳି ସବୁ ସାମଗ୍ରୀ ଦିଆଯିବାର ଅନୁମତି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଏହି ଜେଲରେ ଛୋଟା ରାଜନ ଏବଂ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମହମ୍ମଦ ସାହାଉଦ୍ଦିନ ଭଳି ଭୟଙ୍କର ମାଫିଆ ଡନ୍କୁ ଭିନ୍ନ ଭିନ୍ନ ସେଲରେ ରଖାଯାଇଛି । ୨୦୧୧ରେ ସାମ୍ବାଦିକା ଜ୍ୟୋର୍ତିମୟ ହତ୍ୟା ମାମଲାରେ ଛୋଟା ରାଜନ ଦୋଷୀ ସାବ୍ୟସ୍ତ ହୋଇଥିଲା ।

Loading...
>