Home News ଛତିଶଗଡ ପୁଲିସର ମହାଖୁଲାସ : ବିବାହ ପାଇଁ ଜିଦ କରିବାରୁ କଳ୍ପନାକୁ ମାରିଥିଲେ ଅନୁପ

ଛତିଶଗଡ ପୁଲିସର ମହାଖୁଲାସ : ବିବାହ ପାଇଁ ଜିଦ କରିବାରୁ କଳ୍ପନାକୁ ମାରିଥିଲେ ଅନୁପ

ଝାରସୁଗୁଡ଼ା:-ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହେବା ପରେ ପୋଲିସ ଆଗରେ ମୁହଁ ଖୋଲିଛନ୍ତି। ଗୁରୁବାର ଦିନ ତମାମ ପଚରା ଉଚରା ପରେ କିଭଳି ଭାବେ ସେ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାଶ ଓ ତାଙ୍କ ଝିଅ ବବଳୀଙ୍କ ହତ୍ୟା କରିଥିଲେ ତାହା ପ୍ରକାଶ କରିଥିଲେ। ଶୁକ୍ରବାର ରାୟଗଡ ଜିଲା ପୋଲିସ ଏସ୍‌ପି ସନ୍ତୋଷ ସିଂ ଏକ ଖବରଦାତା ସମ୍ମିଳନୀରେ ହତ୍ୟାକାଣ୍ଡ ନେଇ ସବିଶେଷ ସୂଚନା ଦେଇଛନ୍ତି ।

କଳ୍ପନା ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଥିଲେ। ତାଙ୍କର ଗୋଟିଏ ଶିଶୁ କନ୍ୟା ମଧ୍ୟ ଥିଲା। ତେବେ ୨୦୧୧ ମସିହାରୁ ସେ ଅନୁପଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ମଧ୍ୟରେ କଳ୍ପନାଙ୍କୁ ଅନୁପ ଭୁବନେଶ୍ୱର ନେଇ ଏକ ଫ୍ଲାଟରେ ରଖୁଥିଲେ। ସେଠାରେ ଉଭୟେ ସ୍ତ୍ରୀ ସ୍ବାମୀ ଭାବେ ରହି ଆସୁଥିଲେ। ହେଲେ କିନ୍ତୁ ସ୍ତ୍ରୀର ମର୍ଯ୍ୟାଦା ପାଇପାରୁ ନ ଥିଲେ କଳ୍ପନା। ସେଥିପାଇଁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଲାଗି ରହୁଥିଲା। ତେବେ ତାଙ୍କୁ ବିବାହ କରିବା ଓ ସମ୍ପତ୍ତିରେ ଭାଗ ଦେବା ପାଇଁ କଳ୍ପନା ଦାବି କରିଆସୁଥିଲେ, ଯାହା ପାଇଁ ଅନୁପ ଏହି ହତ୍ୟା କାଣ୍ଡ ଭିଆଇ ଥିଲେ।

କଳ୍ପନାଙ୍କଠାରୁ ଦୂରେଇଯିବା ପାଇଁ ଅନୁପ ହତ୍ୟା ଯୋଜନା କରିଥିଲେ। ଏବଂ ଓଡ଼ିଶାରେ ହତ୍ୟା ନ କରି ଛତିଶଗଡ଼ ରାଜ୍ୟରେ ହତ୍ୟାକଲେ କେହି ଜାଣି ପାରିବେ ନାହିଁ ଏବଂ ସେ ମଧ୍ୟ ଆରାମରେ ରହିପାରିବେ ବୋଲି ଚିନ୍ତା କରିଥିଲେ। ଏହା ପରେ କଳ୍ପନାଙ୍କୁ ଛତିଶଗଡ଼ ରାଜ୍ୟ ରାୟଗଡ଼ଠାରେ ବିବାହ କରିବେ ବୋଲି କହିଥିଲେ। ପୂର୍ବ ଯୋଜନା ମୁତାବକ କଳ୍ପନା ଓ ତାଙ୍କ ଝିଅ ବବଳୀକୁ ସେ ସାଙ୍ଗରେ ନେଇ ରାୟଗଡ ଯାଇଥିଲେ। ରାତି ଅନ୍ଧାର ସହ ଜଙ୍ଗଲ ରାସ୍ତାର ସୁଯୋଗ ନେଇ ଲୁହା ରଡରେ ମାରି ହତ୍ୟା କରିଥିଲେ। ପରେ ସେମାନଙ୍କୁ ଯେମିତି କେହି ନ ଚିହ୍ନି ନ ପାରନ୍ତି ସେଥିଲାଗି ଉଭୟଙ୍କ ଉପରେ ଗାଡି ଚଢେଇଦେଇ ସେଠାରୁ ଖସି ଆସିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>