ଚିଲିକା ପାଇଁ ୧୫୮ କୋଟି: ଉପକୃତ ହେବେ ୨ ଲକ୍ଷ ମତ୍ସ୍ୟଜୀବୀ

ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ୩ଟି ଆର୍ଦ୍ରଭୂମି ପାଇଁ ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଛି। ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ବିଭିନ୍ନ ଯୋଜନାକୁ ଏହି ମଞ୍ଜୁରୀ ମିଳିଛି। ଏହି ଅବସରରେ ଚିଲିକା ହ୍ରଦର ସମନ୍ବିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ ଅଟକଳ କରାଯାଇଛି। ଏହାଦ୍ୱାରା ଚିଲିକା ପାର୍ଶ୍ୱବର୍ତ୍ତୀ ୧୫୧ଟି ଗ୍ରାମର ୨ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ। ଅଂଶୁପା ହ୍ରଦର ବିକାଶ ପାଇଁ ମଧ୍ୟ ୨୧ କୋଟି ୨୩ ଲକ୍ଷ ଟଙ୍କାର ଯୋଜନାକୁ ମଞ୍ଜୁରୀ ମିଳିଛି। ଭିତରକନିକା ଆର୍ଦ୍ରଭୂମି ପାଇଁ ମଧ୍ୟ ଯୋଜନାକୁ ଅନୁମୋଦନ ମିଳିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

Loading...
>