ଗୁନ୍‌ଭିନ୍‌ଙ୍କୁ କିଟ୍ ନହ୍ନିପରୀ ଟାଇଟଲ୍‌୨୦୧୯

ଭୁବନେଶ୍ୱର: ଛତିଶଗଡ଼ ରାୟପୁରର ଗୁନ୍‌ଭିନ୍ ଛାବ୍ରା କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୧୯ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୧୯ର ଫାଇନାଲ୍ ତଥା ମେଗା ରାଉଣ୍ଡ ରବିବାର ଶେଷ ହୋଇଛି । କିଟ୍ ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ୍ ପରିସରରେ ତିନି ଦିନ ଧରି ଚାଲିଥିବା ଏହି ମେଗା ଅଡ଼ିସନ୍ ତଥା ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଗୁନ୍‌ଭିନ୍ ନହ୍ନିପରୀ ମୁକୁଟ ସହ ୩ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି । ସେମିଫାଇନାଲ୍‌କୁ ୨୬ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଭୋପାଳର ତାପ୍ତି ଠାକୁର ପ୍ରଥମ ରନର୍ସଅପ୍ ହୋଇଥିôବା ବେଳେ ପାଟନାର ବେଦିକା ରକ୍ଷିତା ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ । ଏହି ଦୁଇ ରନର୍ସ ଅପ୍‌ଙ୍କୁ ଯଥାକ୍ରମେ ୧ ଲକ୍ଷ ଓ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଫାଇନାଲ୍ ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା । ଏହି ପ୍ରତିଯୋଗିତାର ୧୦ଟି ବିଭିନ୍ନ ବିଭାଗ ଯଥା ମିସ୍ ରାପୁଞ୍ଜେଲ୍ (ସୁନ୍ଦର କେଶ) ପାଇଁ ବାଙ୍ଗାଲୋରର ରେଷିନୀ ୱାଇ, ଲିଟିଲ୍ ମିସ୍ ଫଟୋଜେନିକ ପାଇଁ କୋଚିର ସାରୋନ ସାହିନ୍‌, ଲିଟିଲ୍ ମିସ୍ ସେଲ୍‌ଫି ପାଇଁ (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌) ପାଇଁ ମେଘାଳୟର ରାଇସା ସାହାନାୱାଜ, ଲିଟିଲ୍ ମିସ୍ ଫେସନ୍ ଗାର୍ଲ ପାଇଁ କୋଲକାତାର ଚନ୍ଦ୍ରିମା ସରକାର, ଲିଟିଲ୍ ମିସ୍ ଉଇଜ୍‌କିଡ୍ (କୁଇଜ୍‌ରେ ସର୍ବାଧିକ ନମ୍ବର) ରାୟପୁରର ଗୁନ୍‌ଭିନ୍‌, ମିସ୍ ସିଣ୍ଡ୍ରେଲା (ଶ୍ରେଷ୍ଠ ବ୍ୟକ୍ତିତ୍ୱ) ପାଇଁ ଦିଲ୍ଲୀର ବନ୍ୟା ସିଂହ, ମିସ୍ ଉର୍ବଶୀ (ଶ୍ରେଷ୍ଠ ଜ୍ଞାନର ଅଧିକାରିଣୀ) ଜାମସେଦପୁରର ସୋନାଲ୍ ସିଂହ, ମିସ୍ କ୍ୟାଟ୍‌ୱାକ୍ ପାଇଁ ଆସାମର ତସିନା ନୀଲୁଫର ହୁସେନ୍‌, ମିସ୍ ମୋନାଲିସା ପାଇଁ ଇମ୍ଫାଲ୍‌ର ରାମିୟା ଥାଙ୍ଗଜମ୍ ଏବଂ ମିସ୍ ଆକ୍ଟିଭ୍ ପାଇଁ ଭୋପାଳର ତାପ୍ତି ଠାକୁର ପୁରସ୍କୃତ ହୋଇଥିଲେ । ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ନଗଦ ଅର୍ଥରାଶି, ମୁକୁଟ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏଥର ମୋଟ ୪୧ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା । ସେଥି ମଧ୍ୟରୁ ଟାଇଟଲ୍ ବିଜୟିନୀଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ଯେ କୌଣସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଶତ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୧୮ ଲକ୍ଷ ଟଙ୍କା, ୩ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ ମୋଟ୨୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବା ସହ ନିଜ ବାପା କିମ୍ବା ମାଆଙ୍କ ସହିତ ଏକ ସପ୍ତାହ ଦକ୍ଷିଣ କୋରିଆ ପରିଭ୍ରମଣର ସୁଯୋଗ ମିଳିବ । ସେହିପରି ପ୍ରଥମ ରନର୍ସ ଅପ୍‌ଙ୍କୁ ସମୁଦାୟ ପୁରସ୍କାର ରାଶି ୧୦ ଲକ୍ଷ ଥିବା ବେଳେ ୧ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ଏବଂ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ କରାଯିବ । ଦ୍ୱିତୀୟ ରନର୍ସଅପ୍‌କୁ ୫୦ହଜାର ଟଙ୍କା ଓ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ର ବ୍ୟବସ୍ଥା ରହିଛି । ଏହା ଛଡ଼ା ଶ୍ରେଷ୍ଠ ତିନି ଜଣଙ୍କୁ ଇଜିପ୍ଟ ଭ୍ରମଣରେ ଯିବାକୁ ସୁଯୋଗ ମିଳିଛି । ଅନ୍ୟାନ୍ୟ ବର୍ଗରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ନହ୍ନିପରୀର ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତ, ପୃଷ୍ଠପୋଷକ ମଳୟ ମହାପାତ୍ର, ଫେମିନା ମିସ୍‍ ଇଣ୍ଡିଆ ୨୦୧୯ ସୁମନା ରାଓ, ମିସ୍‍ ଗ୍ରାଣ୍ଡ ଇଣ୍ଡିଆ ୨୦୧୯ ଶିବାନୀ ଯାଦବ, ମିସ୍‍ ଇଣ୍ଡିଆ ୟୁନାଇଟେଡ୍‍ କଣ୍ଟିନେଣ୍ଟ ୨୦୧୯ ଶ୍ରେୟା ଶଙ୍କର, ମିସ୍‍ ୱାଲ୍‍ର୍ଡ କୁଇନଡାଂ ଚୀନ ୨୦୧୭ କିଓ କିଓ ଏବଂ ଦକ୍ଷିଣ କୋରିଆର ବିଶିଷ୍ଟ ଅଭିନେତ୍ରୀ ଜଙ୍ଗ ହେ ସନ୍‍ ନହ୍ନିପରୀ କୋର କମିଟିର ସଦସ୍ୟା ଡ. ସୁଚେତା ପ୍ରିୟବାଦିନୀ, ଡ. ଶ୍ରଦ୍ଧାଞ୍ଜଳି ନାୟକ ଓ ଡ. ସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Loading...
>