ଗାନ୍ଧି ପରିବାରକୁ ଆଉ ମିଳିବନି ଏସପିଜି ସୁରକ୍ଷା, କେବଳ ମିଳିବ ଜେଡ୍ ପ୍ଲସ୍

ନୂଆଦିଲ୍ଲୀ : ଗାନ୍ଧି ପରିବାର ସଦସ୍ୟ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସୁରକ୍ଷା ପାଇଁ ଆଉ ନିୟୋଜିତ ହେବନି ଏସ୍‌ପିଜି ଯବାନ୍ । ଏହି ସମ୍ଭ୍ରାନ୍ତ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହା ବଳରେ ସର୍ବଭାରତୀୟ ସ୍ତରରେ ବର୍ତ୍ତମାନ ଗାନ୍ଧି ପରିବାରକୁ ସିଆରପିଏଫ୍ ପକ୍ଷରୁ ‘ଜେଡ୍ ପ୍ଲସ୍‌’ ଯୋଗାଇ ଦିଆଯିବ । ସୁରକ୍ଷା ବ୍ୟବସ୍ଥାର ପୁନଃନିର୍ଦ୍ଧାରଣ କରାଯିବା ଅବସରରେ କେନ୍ଦ୍ର ସରକାର ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ (ଏସ୍‌ପିଜି) ସୁରକ୍ଷା ହଟାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ସୋନିଆଙ୍କ ସ୍ୱାମୀ ରାଜୀବ ଗାନ୍ଧି ଏବଂ ଶାଶୁ ଇନ୍ଦିରା ଗାନ୍ଧି ଉଭୟଙ୍କୁ ହତ୍ୟା କରାଯାଇଥିଲା । ତା’ପରଠାରୁ ଏହି ପରିବାରକୁ ଏସ୍‌ପିଜି ସୁରକ୍ଷା ଯୋଗାଇ ଦିଆଯାଉଥିଲା ।

Loading...
>