ଖୁବ୍‌ଶୀଘ୍ର ହାଇସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି : ମନ୍ତ୍ରୀ

ବାଲିପାଟଣା : ହାଇସ୍କୁଲ୍‌ରେ ଖୁବଶୀଘ୍ର ନିଯୁକ୍ତି ପାଇବେ କମ୍ପ୍ୟୁଟର ଶିକ୍ଷକ । ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ସରକାର । ରାଜ୍ୟରେ ୪ ହଜାର ସ୍କୁଲ୍‌ iCT-Labରେ ଖାଲି ପଡ଼ିଛି ପଦବୀ । ଗତ ଏପ୍ରିଲ ମାସରୁ ସ୍କୁଲଗୁଡିକରେ ଥିବା iCT-Lab ବନ୍ଦ ହୋଇଯାଇଛି । ଲ୍ୟାବରେ କାର୍ଯ୍ୟରତ କମ୍ପ୍ୟୁଟର ସଂଯୋଜକ ମାନଙ୍କର ୫ ବର୍ଷିଆ କାର୍ଯ୍ୟକାଳ ଅବଧି ଶେଷ ହୋଇଯିବାରୁ ସେମାନଙ୍କୁ କମ୍ପାନୀ ଛଟେଇ କରିଥିଲା । ଫଳରେ ରାଜ୍ୟର ସ୍କୁଲମାନଙ୍କରେ କମ୍ପ୍ୟୁଟର ଶିକ୍ଷା ବନ୍ଦ ହୋଇଯାଇଥିଲା ଏବଂ ପାଖାପାଖି ୪ ହଜାର କମ୍ପ୍ୟୁଟର ସଂଯୋଜକ ସେମାନଙ୍କର ଜୀବିକା ହରାଇ ବେକାର ହୋଇଯାଇଥିଲେ । ସରକାର ଖୁବ୍ ଶୀଘ୍ର ସ୍କୁଲ iCT-Labରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ଏବଂ ଲ୍ୟାବ୍ ରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିବେ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ପୂର୍ବରୁ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ସଂଯୋଜକଙ୍କୁ ସରକାର ନିଯୁକ୍ତି ଦେବେ କି ନାହିଁ ତାହା ସ୍ପଷ୍ଟ ଜଣାପଡିନାହିଁ ।

Loading...
>