କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀଙ୍କର ବୋନସ ୫୦ ପ୍ରତିଶତ ହ୍ରାସ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କେନ୍ଦ୍ରସରକାରଙ୍କର ଜିଏସଟି ଓ ପ୍ରତିକୂଳ ପାଣିପାଗ ପ୍ରଭାବ ଜନିତ କ୍ଷତି ପାଇଁ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀଙ୍କର ବୋନସ ୫୦ ପ୍ରତିଶତ ହ୍ରାସ କରିବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇଛନ୍ତି ।
ଆଜି ଅପରାହ୍ନରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦୁପତ୍ର ଉନ୍ନୟନ ବୋର୍ଡ଼ର ବୈଠକରେ ଏହି ନିଷ୍ପତି ନିଆଯାଇଛି । ଉକ୍ତ ନିଷ୍ପତି ଅନୁଯାୟୀ କେନ୍ଦୁପତ୍ର ତୋଳାଳୀଙ୍କୁ ଦିଆଯାଉଥିବା ୧୦୦ ପ୍ରତିଶତ ବୋନସକୁ ୫୦ ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି କେନ୍ଦୁପତ୍ର ବନ୍ଧାଳୀଙ୍କୁ ଦିଆଯାଉଥିବା ବୋନସ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି । ବୋର୍ଡ଼ର ଏହି ନିଷ୍ପତି ଫଳରେ ରାଜ୍ୟରେ ଥିବା ୮ ଲକ୍ଷରୁ ଉଦ୍ଧ୍ୱର୍ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ । ଏ ସମ୍ପର୍କରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି ।

Loading...
>