କାଳିଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାକୁ ବିଧିବଦ୍ଧ ଭାବେ ଶୁଭରାମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ୩୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୫ହଜାର ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ । ଏହି ସହାୟତା ୫ଟି କିସ୍ତିରେ ଚାଷୀମାନେ ପାଇବେ । ଏହାସହିତ ଏହି ଯୋଜନାରେ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ରହିଛି । ନିକଟରେ ରାଜ୍ୟ ସରକାର ଏହି ଯୋଜନା ପାଇଁ ଫଣ୍ଡ ବୃଦ୍ଧି କରିଥିଲେ । ପ୍ରଥମରୁ ଏହି ଯୋଜନାରେ କମ୍ ଅର୍ଥ ବ୍ୟୟବରାଦ ହୋଇଥିବାରୁ ପରେ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ଏହା ଫଣ୍ଡକୁ ୧୬ଶହ କୋଟି ଟଙ୍କା ବୃଦ୍ଧି କରିଥିଲେ ।

Loading...
>