କାର୍‌ ଉପରେ ଓଲଟି ପଡ଼ିଲା ଟ୍ରକ୍‌

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଏକ ମାଲ୍‌ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। କାର୍‌ଟି ପୂରା ଚେପା ହୋଇଯାଇଛି। ତା’ଭିତରେ କେହି ଯାତ୍ରୀ ଅଛନ୍ତି କି ନାହିଁ ସ୍ପଷ୍ଟ ହୋଇପାରି ନାହିଁ।

ପୁଲିସ୍ ସହିତ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। କ୍ରେନ୍‌ ଯୋଗେ ପ୍ରଥମେ ଟ୍ରକ୍‌ଟିକୁ ଉଠାଇବାକୁ ବ୍ୟବସ୍ଥା କରାଯାଇଛି।

ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର ଫେରାର ଅଛନ୍ତି। ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ନାହାନ୍ତି। ତେଣୁ ଦୁର୍ଘଟଣା କେମିତି ଘଟିଲା ତାହା ବି ସ୍ପଷ୍ଟ ହୋଇନାହିଁ। ତେବେ ଦୁର୍ଘଟଣାସ୍ଥଳର ଦୃଶ୍ୟ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ କାର୍ ଓ ଟ୍ରକ୍ ବିପରୀତ ଦିଗରୁ ଆସିଥିଲେ।
ଟ୍ରକ୍‌ଟିରେ ପିଆଜ ଭର୍ତ୍ତି ବସ୍ତା ଲୋଡ୍ ହୋଇଛି। ଦୁର୍ଘଟଣାଗ୍ରସ୍ତ କାରର ନମ୍ବର ହେଉଛି- ଏମ୍‌ଏଚ୍ ୧୨ କେଏନ୍ ୯୦୪୪।

Loading...
Loading...
>