‘ଓଟିଇଟି’ ପ୍ରଶ୍ନପତ୍ର ଲିକ୍‌!

ଭୁବନେଶ୍ୱର : ଆଜି ଆରମ୍ଭ ହୋଇଥିବା ଓଟିଇଟି (ଓଡ଼ିଶା ଟିଚର ଏଲିଜିବିଲିଟୀ ଟେଷ୍ଟ୍‌)ର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି।

ପ୍ରଶ୍ନପତ୍ରର ଫଟୋ ସୋଶାଲ୍ ମିଡିଆରେ ଘୁରି ବୁଲୁଛି। ତେବେ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ ସହିତ ଏସବୁ ପ୍ରଶ୍ନର ମେଳ ଖାଉଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ବୋର୍ଡ କର୍ତ୍ତୃପକ୍ଷ ଏହାର ଯାଞ୍ଚ କରୁଛନ୍ତି।

ବୋର୍ଡ ସଭାପତି ଜାହାନ ଆରା ବେଗମ କହିଛନ୍ତି, ଘଟଣା ସଂପର୍କରେ ଆମେ ସୂଚନା ପାଇଛୁ। ଏନେଇ ଆମେ ଛାନ୍‌ଭିନ୍‌ କରୁଛୁ। ଛାନ୍‌ଭିନ୍‌ କରି ସାରିଲା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ।

Loading...
Loading...
>