ଏସିଆ ଏକାଦଶ ପକ୍ଷରୁ ଖେଳିନପାରନ୍ତି ପାକିସ୍ତାନ ଖେଳାଳି

ନୂଆଦିଲ୍ଲୀ:ବାଂଲାଦେଶ ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକ ଅବସରରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି୨୦ ଅଫିସିଆଲ ମ୍ୟାଚ୍‌ ଖେଳାଯିବ। କିନ୍ତୁ ଏସିଆ ଏକାଦଶରେ ଭାରତ-ପାକିସ୍ତାନ ଦଳର ଖେଳାଳିମାନେ ଏକାଠି ଖେଳି ନ ପାରନ୍ତି ବୋଲି ବିସିସିଆଇ ଯୁଗ୍ମ ସଂପାଦକ ଜୟେଶ ଜର୍ଜ ପ୍ରକାଶ କରିଛନ୍ତି। ମ୍ୟାଚ୍‌ ଆସନ୍ତା ବର୍ଷ ମାର୍ଚ୍ଚରେ ଖେଳାଯିବ। ଏଥିପାଇଁ ବିସିସିଆଇ ୫ ଭାରତୀୟ ଖେଳାଳିଙ୍କୁ ରିଲିଜ କରିବ। କୋଲକାତାରେ ପିଙ୍କ୍‌ ବଲ ଟେଷ୍ଟ ବେଳେ ଏ ସମ୍ପର୍କରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଥିଲା। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଉପରେ ନିର୍ଭର କରେ। ଦୁଇ ମ୍ୟାଚ୍‌ ମାର୍ଚ୍ଚ ୧୮ ଓ ୨୧ ତାରିଖରେ ଖେଳାଯିବ। ସେହି ସମୟରେ ଭାରତ ଆସି ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ ଖେଳିବ। ସିରିଜ୍‌ର ୩ୟ ମ୍ୟାଚ୍‌ ଏସିଆ ଏକାଦଶ ପ୍ରଥମ ଟି୨୦ ଗୋଟିଏ ଦିନରେ ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ଖେଳାଳି ଚୟନ କରାଯିବ।

Loading...
>